୫ ବର୍ଷରେ ୫୦ ଅଭିଯୋଗ । ନିଜ ଅଫିସରଙ୍କୁ ବି ଛାଡିଲେ ନାହିଁ । ଆଉ ଥରେ ଅଧ୍ୟକ୍ଷ ହେବା ପାଇଁ ଇଛା
ଦୁର୍ନୀତି ପାହାଡ ଉପରେ ନାଲକୋର ସିଏମଡି ଶ୍ରୀଧର ପାତ୍ର । ଏକ ଡଜନରୁ ଅଧିକ ଦୁର୍ନିୀତି ଅଭିଯୋଗ ତାଙ୍କ ବିରୋଧରେ ଅଛି । କେତେବେଳେ ଟେଣ୍ଡର ଫିକ୍ସି ତ ପୁଣି କେତେବେଳେ ନିର୍ମାଣ କାମରେ କିକ୍ ବ୍ୟାକ୍ । ତ ଆଉ କେତେବେଳେ ମନ ଇଛା ନିଜ ଅଧିକାରୀଙ୍କୁ ବଦଳି କରି ଦେଇଛନ୍ତି । ଏପିରିକି ନାଲକୋର ପ୍ରତିଟି କାରବାର କ୍ଷେତ୍ରରେ ସେ ଦୁର୍ନୀତି କରିଥିବା ପୁଳାପୁଳା ଅଭିଯୋଗ ରହିଛି । ଶ୍ରୀଧରଙ୍କ ବିରୋଧରେ ସିବିଆଇ, ସେଣ୍ଟ୍ରାଲ ଭିଜିଲାନ୍ସ କମିସନ୍, ଜାତୀୟ ମାନବାଧିକାର କମିସନ ସହ ଲୋକପାଳଙ୍କ ପାଖରେ ରହିଛି ଏକାଧିକ ଦୁର୍ନୀତି ଅଭିଯୋଗ । କିନ୍ତୁ ଗୁରୁତ୍ୱପୂର୍ଣ କଥା ହେଉଛି ଯେ ଏତେ ସବୁ ଅଭିଯୋଗ ପରେ ବି ସବୁ ତଦନ୍ତକାରୀ ବିଭାଗ ଚୁପ୍ ।
ଶୁଣିବାକୁ ମିଳୁଛି ଯେ କାଳେ ଶ୍ରୀଧର ପାତ୍ର ନିଜ କ୍ଷମତା ଓ ଟଙ୍କା ପ୍ରଭାବରେ ସବୁ ବିଭାଗକୁ କରାୟତ କରିଛନ୍ତି । ସେ କାଳେ କେନ୍ଦ୍ର ଶି କ୍ଷା ମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନଙ୍କ ଗେହ୍ଲା ପୁଅ । ଆଉ ଶ୍ରୀଧର ପାତ୍ର ବି ଶ୍ରୀ ପ୍ରଧାନକୁ ସବୁବେଳେ ଖୁସି କରି ଆସୁଛନ୍ତି । ସେଥିପାଇଁ ଦୁର୍ନୀତିର ଡଜନେ ଅଭିଯୋଗ ପାଇବା ପରେ ବି ସିବିଆଇ, ସେଣ୍ଟ୍ରାଲ ଭିଜିଲାନ୍ସ କମିସନ୍, ଜାତୀୟ ମାନବାଧିକାର କମିସନ ଓ ଲୋକପାଳ ଚୁପ୍ ।
ଏବେ ଆସନ୍ତୁ ନଜର ପକାଇବା ନାଲକୋ ସିଏମଡି ଶ୍ରୀଧର ପାତ୍ର ଙ୍କ ବିରୋଧରେ କଣ ରହିଛି ଅଭିଯୋଗ ।
ପ୍ରଥମେ ଆରମ୍ଭ କରିବା ଲୋକପାଳଙ୍କ ନିକଟରେ ଥିବା ଅଭିଯୋଗ ଉପରେ
ଦାମନଯୋଡିରେ ଥିବା ଆଲୁମିନା ରିଫାଇନାରୀ, ମାଇନ୍ସ ଓ କମ୍ପେ୍ଳକ୍ସ ରିଫାଇନାରୀର ରେଡ୍ମଡ ପଣ୍ଡ ୨ର ଟେଣ୍ଡର କାମ । ଏହି ଟେଣ୍ଡର ଓ କଣ୍ଟ୍ରାକ୍ଟ କାମରେ ସେ କାଳେ କିକ୍ ବ୍ୟାକ୍ ନେଇଛନ୍ତି ଶ୍ରୀପାତ୍ର, ଯାହାର ଅଭିଯୋଗ ୨୦୨୩ରେ ହୋଇଥିଲା । ଦୁଇଟି ପଯ୍ୟାୟରେ ଲୋକପାଳଙ୍କ ପାଖରେ ସମାନ ଅଭିଯୋଗ ହୋଇଥିଲା । ୨୦୨୩ ଅଭିଯୋଗ ନଂବର ୨୧୭ । ପରେ ପୁଣି ଏକ ବର୍ଷ ପରେ ୨୦୨୪ରେ ସେହି ଲୋକପାଳଙ୍କ ପାଖରେ ବି ଅଭିଯୋଗ ହୋଇଥିଲା, କମ୍ଫେ୍ଳନ୍ ନଂବର ୭୬ ।
ଲୋକପାଳଙ୍କ ଅଭିଯୋଗ ପୂର୍ବରୁ ଏହି ଦୁର୍ନୀତି ସଂପର୍କରେ ସିବିଆଇ ନିକଟରେ ବି ସମାନ ଅଭିଯୋଗ ହୋଇଥିଲା । ରେଡ୍ମଡ ପଣ୍ଡ ୨ର ଟେଣ୍ଡର ଦୁର୍ନୀତି । ପ୍ରଥମେ ୨୦୨୨ରେ ସିବିଆଇ ପାଖରେ ପହଂଚି ଥିଲା ଅଭିଯୋଗ, ଯାହାର ଅଭିଯୋଗ ନଂବର ହେଉଛି ଉଙ୦୧୫୨୦୨୨ଇ୦୦୧୧ । ହେଲେ ସିବିଆଇ ଅଭିଯୋଗ ପାଇ ବର୍ଷେ ଚୁପ୍ ବସିଲା । ପୁଣି ଥରେ ୨୦୨୩ରେ ସମାନ ଅଭିଯୋଗ ହେଲା । ଏଥର ସିବିଆଇ ପାଦେ ଆଗେଇ ଅଭିଯୋଗ ସତ୍ୟାସତ୍ୟ ଯାଂଚ କରିବାରେ ଲାଗିଲା । ଯାହା ଏ ଯାଏଁ ଚାଲିଛି, ତଦନ୍ତ ପରିସରକୁ ଆସି ନାହାନ୍ତି ଶ୍ରୀଧର ପ୍ରଧାନ ଓ ଅନ୍ୟମାନେ ।
କେବଳ ସେତିକି ନୁହେଁ ସେଣ୍ଟ୍ରାଲ ଭିଜିଲାନ୍ସ କମିସନଙ୍କ ନିକଟରେ ଶ୍ରୀଧରଙ୍କ ବିରୋଧରେ ରହିଛି ମୋଟ୍ ୨୩ଟି ଅଭିଯୋଗ । ଏହି ଅଭିଯୋଗ ଭିତରେ ରହିଛି ମାନବ ସମ୍ବଳ ବିଭାଗର ଏଜିଏମ୍ ଏଏନ ପ୍ରଧାନଙ୍କୁ ଉଦ୍ଦେଶ୍ୟ ମୂଳକ ଭାଇଜାଗ୍ ବଦଳି, ଅଡିଟ୍ ରିପୋର୍ଟରେ ଧରା ପଡିଥିବା ସାଢେ ୫ କୋଟି ଟଙ୍କାର କ୍ଷତି, ନାଲକୋ ମାନବ ସମ୍ଭଳ ବିଭାଗର ଜିଜିଏମ୍ ପୋଷ୍ଟ ପାଇଁ ଏସକେ ପାତ୍ରଙ୍କ ନାମ ଚୟନ, ନାଲକୋ ମ୍ୟାନେଜମେଣ୍ଟଙ୍କ ଦ୍ୱାରା ଏମଡିଓ କଣ୍ଟ୍ରାକ୍ଟରେ ବ୍ୟାପକ ଦୁର୍ନୀତି, ଊଙଚଞ ଗାଇଡଲାଇନକୁ ଉଲଂଘନ କରି ଆପ୍ରାଇଜାଲ୍ କରିବା, କଂପାନୀ ନିୟମ ଉଲଘଂନ କରି ଡକ୍ଟର ପ୍ରଣତି ପାଢୀଙ୍କର ପ୍ରମୋସନ୍ ନ କରାଇବା , ଋ୬ ଗ୍ଧକ୍ଟ ଋ୭ ଗ୍ରେଡରେ ସ୍ୱଛତା ନ ରଖିବା, ମାଇଥ୍ରୀ ଇନଫ୍ରା ଆଣ୍ଡ ଏଏମଆର ଲିମିଟେଡକୁ ବିନା ଯୋଗ୍ୟତାରେ ୩୦ ବର୍ଷ ପାଇଁ ଟେଣ୍ଡର ପ୍ରଦାନ, ଏୟାର ମାଇଲେଜର ଅପବ୍ୟବହାର, ନାଲକୋ ଅଧିକାରୀ ଶ୍ରୀ ସରୋଜ ମିଶ୍ରଙ୍କ ବିବାଦୀୟ ପ୍ରମୋସନ୍, ଗ/ଗ୍ଦ ଟଉଗଓଚଖ କୁ ଅହେତୁକ ଅନୁକମ୍ପା, ସିନିୟରଙ୍କୁ ପ୍ରମୋସନ୍ ନ ଦେଇ ଜୁନିଅରଙ୍କୁ ବେଆଇନ୍ ଅଗ୍ରାଧିକାର ଅଭିଯୋଗ ରହିଛି । ସେହିପରି ଲୋକପାଳଭଙ୍କ ନିକଟରେ ମାନବ ସମ୍ବଳ ଏଜିଏମ୍ ଏଏନ୍ ପ୍ରଧାନଙ୍କ ଦରମା ପ୍ରଦାନ ନ କରିବା ଏବଂ ମେଡିକାଲ ସହାୟତା ରାଶି ନ ଦେବା ଭଳି ସଂଗୀନ ଅଭିଯୋଗ ରହିଛି ।
ଏପରି ୨୩ଟି ଅଭିଯୋଗ ରହିଛି ଶ୍ରୀଧର ପ୍ରଧାନଙ୍କ ବିରୋଧରେ । ତଥାପି ତଦନ୍ତ ଶୂନ୍ । ଏବେ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚାରେ ପାତ୍ର ବାବୁ । ସେ ପୁଣି ଥରେ ନାଲକୋର ସିଏମଡି ବା ଚିଫ୍ ମ୍ୟାନେଜିଂ ଡାଇରେକ୍ଟର ହେବା ପାଇଁ କେନ୍ଦ୍ର ସରକାରଙ୍କୁ ଆବେଦନ କରିଛନ୍ତି । ଯଦିଓ ସେ ଏବେ ବି ଏହି ପଦବୀରେ ଅଛନ୍ତି, କିନ୍ତୁ ଖୁବ୍ ଶୀଘ୍ର ତାଙ୍କର କାଯ୍ୟକାଳ ସରିବାକୁ ଯାଉଚି । ଏହା ପୂବର୍କରୁ ସେ ନିଜ ନାମ ପୁଣି ଥରେ ନିଜେ ସୁପାରିଶ କରିଛନ୍ତି । ଶ୍ରୀପାତ୍ର ନାଲକୋରେ ଫାଇନାନ୍ସ ବିଭାଗର ନିର୍ଦ୍ଦେଶକ ଭାବେ ଏକ ସେପ୍ଟେମ୍ବର ୨୦୨୩ରେ ଯୋଗ ଦେଇଥିଲେ । ମାତ୍ର ଏକ ବର୍ଷ କାମ କରିବା ପରେ ସେ କଂପାନୀ ସିଏମଡି ଭାବେ ଏକ ଡିସେମ୍ବର ୨୦୧୯ରେ କାମ ଆରମ୍ବ କରିଥିଲେ । ଏହାରି ଭିତରେ ତାଙ୍କ କାଯ୍ୟକାଳ ୫ ବର୍ଷ ବିତିବାକୁ ବସିଛି । କିନ୍ତୁ ଏହି ପଦ ପାଇଁ ତାଙ୍କର ଲୋଭ କମି ନାହିଁ । ଟଙ୍କା ଓ ଦୁର୍ନୀତି ପାହାଡ ଉପରେ ବସିଥିବା ଶ୍ରୀଧର ପାତ୍ର ଲୋଭ ଛାଡି ପାରି ନାହାନ୍ତି । ନିଜ କ୍ଷମତା ଓ ଟଙ୍କା ବଳରେ ସେ ଏହି ପଦ ପୁଣି ଥରେ ହାତେଇବା ପାଇଁ ଆପ୍ରାଣ ଉଦ୍ୟମ କରି ଦେଇଛନ୍ତି ।