୫ କୋଟି ସରକାରୀ ଅର୍ଥ ହଡ଼ପ ମାମଲାରେ ୨ ଜଣଙ୍କୁ ଗିରଫ

୫ କୋଟି ସରକାରୀ ଅର୍ଥ ହଡ଼ପ ମାମଲାରେ ୨ ଜଣଙ୍କୁ ଗିରଫ

 ୫ କୋଟି ସରକାରୀ ଅର୍ଥ ହଡ଼ପ ମାମଲାରେ ୨ ଜଣଙ୍କୁ ଗିରଫ
ଭୁବନେଶ୍ୱର: ୫ କୋଟି ସରକାରୀ ଅର୍ଥ ହଡ଼ପ ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫମାନେ ହେଲେ ଭବାନୀପାଟଣାର ରାଜକିଶୋର ନାୟକ ଓ ପିପିଲିର ଅନନ୍ତ ପ୍ରଧାନ । କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଏହି ଦୁଇ ଜଣଙ୍କୁ ଗିରଫ କରିଛି । ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଏନଏଚଏମର ଟଙ୍କା ହଡ଼ପ କରି ଉଭୟ ଧରାପଡ଼ିଛନ୍ତି । ଏନଏଚଏମର ପିଇଏମଏସକୁ ହ୍ୟାକିଂ କରି ଟଙ୍କା ହଡ଼ପ କରିଥିଲେ । ଏଡିଏମଓ ଓ ସିଡିଏମଓଙ୍କ ସିଲ ଡୁପ୍ଲିକେଟ କରି ଇ-ଚେକ ନେଇଥିଲେ । ତେବେ ତଦନ୍ତ ବେଳେ ୩କୋଟି ୩୦ ଲକ୍ଷ ଟଙ୍କ ଫ୍ରିଜ କରାଯାଇପାରିଛି । ପୂର୍ବରୁ ସୁବର୍ଣ୍ଣପୁର ଏନଏଚଏମରେ ରାଜକିଶୋର ଅସ୍ଥାୟୀଭାବେ କାମ କରୁଥିଲେ ।