ସୈନ୍ୟ ପ୍ରତ୍ୟାହାର ପାଇଁ କଥାବାର୍ତ୍ତା ଆରମ୍ଭ

ସୈନ୍ୟ ପ୍ରତ୍ୟାହାର ପାଇଁ କଥାବାର୍ତ୍ତା ଆରମ୍ଭ

 ସୈନ୍ୟ ପ୍ରତ୍ୟାହାର ପାଇଁ କଥାବାର୍ତ୍ତା ଆରମ୍ଭ
ନୂଆଦିଲ୍ଲୀ: ପୂର୍ବ ଲଦାଖ ସ୍ଥିତ ଏଲଏସି ସୀମା ବିବାଦର ସମାଧାନ ପାଇଁ ଭାରତ ଓ ଚୀନ ପୁଣି ଥରେ କୂଟନୈତିକ କଥାବାର୍ତ୍ତା ଆରମ୍ଭ କରିଛନ୍ତି । ଭାରତ ଏବଂ ଚୀନ ଖୁବ ଶୀଘ୍ର ଏଲଏସିରୁ ସୈନ୍ୟ ପ୍ରତ୍ୟାହାର ଦିଗରେ କାର୍ଯ୍ୟ ଜାରି ରଖିବାକୁ ରାଜି ହୋଇଛନ୍ତି । ଉଭୟ କୂଟନୈତିକ ଏବଂ ସାମରିକ ସ୍ତରରେ ବୁଝାମଣା ପାଇଁ ଦୁଇ ରାଷ୍ଟ୍ର ରାଜି ହୋଇଛନ୍ତି ବୋଲି ବିଦେଶ ବ୍ୟାପର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଭାରତୀ ଚୀନ ସୀମା ପ୍ରସଙ୍ଗରେ ଡବ୍ଲୁ୍ୟଏମସିସି ତଥା ସମନ୍ୱୟ ଏବଂ ସହଯୋଗ ରକ୍ଷା କରିବାର କାର୍ଯ୍ୟଶୈଳୀ ଅଧୀନରେ ଏ ଦିଗରେ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି । ବରିଷ୍ଠ ନେତାଙ୍କ ଦ୍ୱାରା ପ୍ରକଳ୍ପ ପରାମର୍ଶ ଅନୁଯାୟୀ ଏବଂ ଦୁଇ ରାଷ୍ଟ୍ରର ବିଦେଶ ମନ୍ତ୍ରୀ ଓ ସ୍ୱତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଆଧାରରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଉଲ୍ଲେଖଯୋଗ୍ୟ ଗତ ଅକ୍ଟୋବର ୧୨ ଏବଂ ନଭେମ୍ବର ୬ ତାରିଖରେ ଦୁଇ ରାଷ୍ଟ୍ର ମଧ୍ୟରେ ସପ୍ତମ ଓ ଅଷ୍ଟମ ରାଉଣ୍ଡ ବରିଷ୍ଠ କମାଣ୍ଡରସ୍ତରୀୟ କଥାବାର୍ତ୍ତା ହୋଇଥିଲା ।