ବିଜେପିର ୪ଭାରତ ରାଷ୍ଟ୍ର ସମିତି ବିଧାୟକଙ୍କୁ କିଣିବା ଉଦ୍ୟମ ପଣ୍ଡ
ବିଜେପିର ୪ଭାରତ ରାଷ୍ଟ୍ର ସମିତି ବିଧାୟକଙ୍କୁ କିଣିବା ଉଦ୍ୟମ ପଣ୍ଡ
ତେଲେଙ୍ଗାନା : ତେଲେଙ୍ଗାନାର ସାଇବର ପୋଲିସ୍ ଏକ ବଡ ଧରଣର ଖୁଲାସା କରିଛି । ରାଜ୍ୟର ଶାସକ ଦଳ ଭାରତ ରାଷ୍ଟ୍ର ସମିତି(ପୂର୍ବର ଟିଆରଏସ)ର ୪ଜଣ ବିଧାୟକଙ୍କୁ କିଣିବା ପାଇଁ ଉଦ୍ୟମ ହେଉଥିଲା । ଏଥିପାଇଁ ହାଇଦ୍ରାବାଦ ଉପକଣ୍ଠ ଅଜିଜ୍ ନଗରସ୍ଥିତ ଏକ ଫାର୍ମ ହାଉସରେ ଟଙ୍କା କାରବାର ହେବା ନେଇ ପୋଲିସ୍କୁ ସଂପୃକ୍ତ ବିଧାୟକ ସୂଚନା ଦେଇଥିଲେ । ଏହାପରେ ପୋଲିସ୍ ଅଧିକାରୀ ମାନେ ଛଦ୍ମ ବେଶରେ ଉକ୍ତ ସ୍ଥନରେ ଚଢଉ କରିଥିଲେ । ବିଧାୟକଙ୍କୁ ୧୦୦କୋଟି କିମ୍ବା ତା’ଠାରୁ ଅଧିକ ଟଙ୍କାରେ କିଣିବା ପାଇଁ କଥା ଛିଡିଥିଲା । ହେଲେ ପୁଲିସ୍ ପହଞ୍ଚି ସବୁ ଭଣ୍ଡୁର କରିଦେଇଥିଲା ।
ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛ । ସେମାନଙ୍କ ଠାରୁ ୧୫ କୋଟି ଟଙ୍କା ଜବତ ହୋଇଛି । ଟିଆରଏସ ବିଧାୟକ ରେଗା କାନ୍ଥା ରାଓ, ଗୁଭାଲା ବାଲାରାଜୁ, ବୀରାମ ହର୍ଷବର୍ଦ୍ଧନ ରେଡ୍ଡୀ ଏବଂ ପାଇଲଟ ରୋହିତ ରେଡ୍ଡିଙ୍କୁ କିଣିବା ପାଇଁ ଉଦ୍ୟମ କରାଯାଇଥିଲା । ସାଇବରାବାଦ ପୁଲିସ୍ କମିଶନର ଷ୍ଟିଫେନ ରବୀନ୍ଦ୍ରଙ୍କ ମୁତାବକ ବିଜେପି ନେତାମାନେ ସେମାନଙ୍କୁ କିଣିବା ଚେଷ୍ଟା କରିଥିବା ବିଧାୟକମାନେ ଅଭିଯୋଗ କରିଛନ୍ତି । କିନ୍ତ ପୁଲିସ୍ ପକ୍ଷରୁ ଏବାବଦରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଏହି ଘଟଣା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।




admin 