ଦେହକୁ ହିତ ଡାଳିମ୍ବ ଚୋପା

ଦେହକୁ ହିତ ଡାଳିମ୍ବ ଚୋପା

 ଦେହକୁ ହିତ ଡାଳିମ୍ବ ଚୋପା
ଡାଳିମ୍ବର ଔଷଧୀୟ ଗୁଣ ଓ ତାର ଫାଇଦା ସମ୍ପର୍କରେ ଊଣାଅଧିକ ସମସ୍ତେ ପରିଚିତ । ହେଲେ ଏହାର ଚୋପା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ଅନେକଙ୍କୁ ଅଜଣା । ଡାଳିମ୍ବ ରସ ଓ ଦାନା ପରି ଏହା ମଧ୍ୟ ଅତ୍ୟନ୍ତ ଉପକାରୀ । ଡାଳିମ୍ବ ଏକ ସ୍ୱାସ୍ଥ୍ୟବର୍ଦ୍ଧକ ଫଳ । ଏଥିରେ ଜୀବସାର ଓ ଖଣିଜ ପ୍ରଚୁର ମାତ୍ରାରେ ରହିଥାଏ । ଏହାର ଚୋପାର ବିଶେଷତ୍ୱ ହେଲା ଏଥିରେ ଏକାଧିକ ଆଂଟିଅକ୍ସିଡେଂଟ ତତ୍ୱ ରହିଥାଏ ଯାହା ହୃଦରୋଗ ଓ କର୍କଟ ରୋଗକୁ ପ୍ରତିହିତ କରିବା ସହ ତ୍ୱଚା ଉପରେ ପଡୁଥିବା ବୟସର ପ୍ରଭାବକୁ ମଧ୍ୟ ହ୍ରାସ କରେ । ବିଶେଷଜ୍ଞଙ୍କ କହିବା ଅନୁସାରେ ୧ ଗ୍ରାମ ଡାଳିମ୍ବ ଚୋପାରେ ୨୫୦ ମିଲିଗ୍ରାମ ଫୋନାଲିକ୍ସ ନାମକ ଏକ ଉପଯୋଗୀ ତତ୍ୱ ରହିଥାଏ । ତେଣୁ ଡାଳିମ୍ବ ଖାଇ ସାରିବା ପରେ ଚୋପାକୁ ଖାଇ ସାରିବା ପରେ ଚୋପାକୁ ଫିଙ୍ଗି ନଦେଇ ତାଙ୍କୁ ଚା ପରି ବ୍ୟବହାର କରନ୍ତୁ । ଏହା ଆପଣଙ୍କୁ ଏକାଧିକ ଫାଇଦା ଦେବ । ଏଥି ପାଇଁ ବିଶେଷ କଷ୍ଟ କରିବାକୁ ପଡିବ ନାହିଁ । ପ୍ରଥମେ ଚୋପାକୁ ଭଲ ଭାବରେ ଧୋଇ ଖରାରେ ଶୁଖାଇ ଦିଅନ୍ତୁ । ଭଲଭାବରେ ଶୁଖିଗଲା ପରେ ତାକୁ ପାଉଡର ପରି ଗୁଣ୍ଡ କରିଦିଅନ୍ତୁ । ତାପରେ ଏକ କପ ପାଣିକୁ ଗରମ କରି ସେଥିରେ ଗୋଟିଏ ଚାମଚ ଗୁଣ୍ଡ ପକାଇ ଦିଅନ୍ତୁ । ଭଲଭାବରେ ଶିଝି ଯିବା ପରେ ତାକୁ ଛାଣି ଦିଅନ୍ତୁ ଏବଂ ସେଥିରେ କେଇ ଟୋପା ଲେମ୍ବୁରସ ଓ ମହୁ ପକାଇ ପିଅନ୍ତୁ । ଏହି ଚା କିଛି ଦିନ ନିୟମିତ ପିଇବା ପରେ ଆପଣ ତାର ଫାଇଦା ଦେଖିବାକୁ ପାଇବେ ।