କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଛୋଟା ରାଜନକୁ ପୁଣି ୧୦ ବର୍ଷ କାରାଦଣ୍ଡାଦେଶ

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଛୋଟା ରାଜନକୁ ପୁଣି ୧୦ ବର୍ଷ କାରାଦଣ୍ଡାଦେଶ

 କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଛୋଟା ରାଜନକୁ ପୁଣି ୧୦ ବର୍ଷ କାରାଦଣ୍ଡାଦେଶ
ମୁମ୍ବାଇ: ବ୍ୟବସାୟୀ ଅଜୟ ଗୋସିଲାଙ୍କୁ ୨୦୧୩ ଅଗଷ୍ଟ ୨୮ରେ ହୋଇଥିବା ହତ୍ୟା ଉଦ୍ୟମ ମାମଲାରେ ମୁମ୍ବାଇର ସ୍ୱତନ୍ତ୍ର ସିବିଆଇ ଅଦାଲତ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଛୋଟା ରାଜନଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହିତ ୫ ଲକ୍ଷ ଟଙ୍କାର ଜୋରିମାନା ନିଦେ୍ର୍ଧଶ ଦେଇଛନ୍ତି । ରାଜନ ସମ୍ପ୍ରତି ସାମ୍ବାଦିକ ଜେ ଦେ’ଙ୍କୁ ହତ୍ୟା ଘଟଣାରେ ଆଜୀବନ କାରାଦଣ୍ଡ ଭୋଗୁଛି । ମାଲାଦସ୍ଥିତ ଏକ ମଲ ପରିସରରେ ରାଜନର ନିଦେ୍ର୍ଧଶକ୍ରମେ ବୁକି ତଥା ନିର୍ମାଣ ବ୍ୟବସାୟୀ ୫୨ ବର୍ଷୀୟ ଗୋସିଲାଙ୍କୁ ଉପରକୁ ବିଶ୍ୱସ୍ଥ ସତୀଶ କାଲିଆ ଗୁଳି କରିଥିଲା । ଗୋଷିଲା ଅଳ୍ପକେ ବଞ୍ଚି ଯାଇଥିଲେ ।