ଓଡ଼ିଶାର ୨ କୋଇଲା ଖଣି ନିଲାମ

ଓଡ଼ିଶାର ୨ କୋଇଲା ଖଣି ନିଲାମ

 ଓଡ଼ିଶାର ୨ କୋଇଲା ଖଣି ନିଲାମ

ଭୁବନେଶ୍ୱର: ଓଡ଼ିଶାର ୨ଟି କୋଇଲା ଖଣି ସମେତ ୫ଟି ରାଜ୍ୟର ମୋଟ ୮ଟି କୋଇଲା ଖଣିର ନିଲାମ ପ୍ରକ୍ରିୟା ଶେଷ ହୋଇଛି । କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ  ଇ-ନିଲାମୀ ମାଧ୍ୟମରେ ଏହି ଖଣି ନିଲାମ କରାଯାଇଛି । ଏହି ସମସ୍ତ ୮ଟି କୋଇଲା ଖଣିରେ ମୋଟ ୨୧୫୭.୪୮ ନିୟୁତ ଟନ୍ କୋଇଲା ଗଚ୍ଛିତ ରହିଛି ।

ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାର ଦୁଇ କୋଇଲା ଖଣି ଯଥା- ରାମପିଆ ଓ ରାମପିଆ ଡିପ୍ ସାଇଡର ଇ-ନିଲାମୀ ଶେଷ ହୋଇଛି । ଏହି ଦୁଇଟି କୋଇଲା ଖଣିର ଲିଜ୍ ଝାର ମିନେରାଲ ରିସୋର୍ସେସ ପ୍ରାଇଭେଟ୍ ଲିମିଟେଡ୍ ହାତେଇଛି । ଏହି ଦୁଇଟି ଖଣିରେ ମୋଟ ୧୧୭୯.୪୧ ନିୟୁତ ଟନ୍ କୋଇଲା ଗଚ୍ଛିତ ଥିବା ଆକଳନ କରାଯାଇଛି।