ଆଜି ଦ୍ୱିତୀୟ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ

ଆଜି ଦ୍ୱିତୀୟ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ

 ଆଜି ଦ୍ୱିତୀୟ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ


ନୂଆଦିଲ୍ଲୀ:  ଆଜି ଦ୍ୱିତୀୟ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ଶପଥ ନେବେ । ଅପରାହ୍ନରେ ରାଜ୍ୟପାଳ ଆଚାର୍ୟ୍ୟ ଦେବବ୍ରତ ରାଜ୍ୟର ୧୮ ତମ ମୁଖ୍ୟମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ । ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ । ଏଥିପାଇଁ ରବିବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦରେ ପହଂଚିଛନ୍ତି । ତାଙ୍କୁ ଏଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଏକ ଲମ୍ବା ଲାଇନ ଲାଗିଥିଲା । ପ୍ରଧାନମନ୍ତ୍ରୀ ହାତ ମିଳାଇ ଲୋକଙ୍କୁ ଅଭିବାଦନ ଜଣାଇଛନ୍ତି । ଏହି ସମୟରେ ଲୋକମାନେ ମୋଦୀ-ମୋଦୀ ସ୍ଲୋଗାନ ଦେଇଥିଲେ । ଏହି ଶପଥ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

ତେବେ ସୂଚନା ଅନୁଯାୟୀ ଶପଥ ଗ୍ରହଣ ପୂର୍ବରୁ ଲୀଲା ହୋଟେଲରେ ବିଜେପି ବିଧାୟକଙ୍କ ବୈଠକ ମଧ୍ୟ ହେବ । ପଟେଲଙ୍କ ସହ କିଛି ନୂତନ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି ।
ଅନ୍ୟପଟେ ଗୁଜୁରାଟରେ ବିଜେପିର ରେକର୍ଡ ବିଜୟ ପରେ ଏବେ ରାଜ୍ୟରେ ଦଲବଦଳ ଖେଳ ଆରମ୍ଭ ହୋଇଛି । ଆମ୍ ଆଦମୀ ପାର୍ଟିର ଜଣେ ଓ ଅନ୍ୟ ତିନି ଜଣ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଜଣାଇଛନ୍ତି । ତେବେ ଆପ ବିଧାୟକ ବିଜେପିରେ ଯୋଗଦେବାକୁ ମନା କରି ଦେଇଛନ୍ତି । ଚାରିଜଣଙ୍କ ମଧ୍ୟରୁ ତିନିଜଣ ପୂର୍ବରୁ ବିଜେପିରେ ଥିଲେ । ଗୁଜୁରାଟର ୧୮୨ ବିଧାନସଭା ଆସନରୁ ବିଜେପି ଚଳିତ ଥର ୧୫୬ଟି ଆସନ ଜିତିଛି । ୨୦୧୭ ତୁଳନାରେ ଏହା ୫୮ଟି ସିଟ ଅଧିକ ଜିତିଛି । ଏଥି ସହ କଂଗ୍ରେସ ସର୍ବାଧିକ ୬୦ଟି ସିଟ୍ ହରାଇଛି । ଗତଥର ଦଳ ୭୭ଟି ଆସନ ଜିତିଥିଲା । ଏଥର ମାତ୍ର ୧୭ଟି ସିଟ୍ ପାଇଛି । ଆମ୍ ଆଦମୀ ପାର୍ଟି ୫ଟି ସିଟ୍ ଜିତିଛି ।