ପ୍ରକାଶ ପାଇଲା ସିବିଏସଇ ବୋର୍ଡ ପରୀକ୍ଷା ସୂଚୀ

ପ୍ରକାଶ ପାଇଲା ସିବିଏସଇ ବୋର୍ଡ ପରୀକ୍ଷା ସୂଚୀ

  ପ୍ରକାଶ ପାଇଲା ସିବିଏସଇ ବୋର୍ଡ ପରୀକ୍ଷା ସୂଚୀ
ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ସିିବିଏସଇ ବୋର୍ଡ ପରୀକ୍ଷା ସୂଚୀ । କେନ୍ଦ୍ର ସରକାର ସିବିଏସଇ ବୋର୍ଡ ପରୀକ୍ଷା ସୂଚୀ ପ୍ରକାଶ କରିଛନ୍ତି । ସିବିଏସଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି । ମେ ୪ ତାରିଖରୁ ସିବିଏସଇ ବୋର୍ଡ ପରୀକ୍ଷା ଆରମ୍ଭ ହେବ । ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ମେ ୪ ତାରିଖରୁ ଆରମ୍ଭ ହେବ । ଦଶମ ବୋର୍ଡ ପରୀକ୍ଷା ଓଡିଆ ବିଷୟରୁ ଆରମ୍ଭ ହେବ । ମେ ୪ରେ ଇଂଲିସରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେବ । ଦଶମ ଶ୍ରେଣୀରେ ଗୋଟିଏ ସିଫ୍ଟ ଓ ଦ୍ୱାଦଶ ଶ୍ରେଣୀରେ ୨ଟି ସିଫ୍ଟ ପରୀକ୍ଷା ହେବ । ଦଶମ ପରୀକ୍ଷା ଦିନ ୧୦ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଦ୍ୱାଦଶ ପରୀକ୍ଷା ଦିନ ୧୦ଟା ୩୦ରୁ ୧ଟା ୩୦ ଯାଏଁ ପ୍ରଥମ ସିଫ୍ଟ ପରୀକ୍ଷା ଚାଲିବ ଓ ଦ୍ୱିତୀୟ ସିଫ୍ଟରେ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ପରୀକ୍ଷ ଚାଲିବ ।