ହସ୍ପିଟାଲ ପାଇଁ ରାଜ୍ୟ ସରକାର ପକ୍ଷରୁ କୋଭିଡ ଗାଇଡଲାଇନ ଜାରି

ହସ୍ପିଟାଲ ପାଇଁ ରାଜ୍ୟ ସରକାର ପକ୍ଷରୁ କୋଭିଡ ଗାଇଡଲାଇନ ଜାରି

 ହସ୍ପିଟାଲ ପାଇଁ ରାଜ୍ୟ ସରକାର ପକ୍ଷରୁ କୋଭିଡ ଗାଇଡଲାଇନ ଜାରି
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ରାଜ୍ୟ ସରକାର ହସ୍ପିଟାଲ ପାଇଁ କୋଭିଡ ଗାଇଡଲାଇନ ଜାରି କରିଛନ୍ତି । ଏନେଇ ଡିଏମଇଟି ସବୁ ମେଡିକାଲ କଲେଜ ଓ ସିଡିଏମଓମାନଙ୍କୁ ଚିଠି ଲେଖିଛନ୍ତି । ତେବେ ଉକ୍ତ ଗାଇଡଲାଇନରେ କ’ଣ କ’ଣ ଉଲ୍ଲେଖ ରହିଛି ଆସନ୍ତୁ ଜାଣିବା: ୧-ଓପିଡି ସେଣ୍ଟ୍ରାଲ ରେଜିଷ୍ଟ୍ରେସନ ବନ୍ଦ ୨- ଭିଡ଼ ଏଡ଼ାଇବାକୁ ଏଣିକି ମାନୁଆଲ ରେଜିଷ୍ଟ୍ରେସନ ୩- ଆବଶ୍ୟକ ନଥିବା ଆଡମିଶନ ଏଡ଼ାଇବାକୁ ଡିଏମଇଟି ନିଦେ୍ର୍ଧଶ ଦେଇଛନ୍ତି । ୪- ଗୁରୁତର ରୋଗୀଙ୍କ ପିଛା ଜଣେ ଆଟେଣ୍ଡାଣ୍ଟଙ୍କୁ ଅନୁମତି ଦେବାକୁ ନିଦେ୍ର୍ଧଶ ୫-ଓପିଡି ଭିତରକୁ ଗଣମାଧ୍ୟମକୁ ମନା ୬-ଜରୁରୀ ନଥିଲେ ସର୍ଜରୀ ବନ୍ଦ