ସଭାପତି ଙ୍କ ସହ ଚାଷୀ ନେତା ଙ୍କ ଆଲୋଚନା।
ସଭାପତି ଙ୍କ ସହ ଚାଷୀ ନେତା ଙ୍କ ଆଲୋଚନା।
ବରଗଡ : ୨୦/୦୧: କୃଷି ଓ କୃଷକ ଙ୍କ ପାଇଁ ସମଗ୍ର ଭାରତ ବର୍ଷ ରେ ଭାତ ହାଣ୍ଡି ବୋଲି ପରିଚୟ ରଖୁଥିବା ବରଗଡ ଜିଲ୍ଲା ର ଚାଷୀ ଆଜି ତଳିତଳାନ୍ତ ହୋଇ ନିଜର ସ୍ଵ ଉପାର୍ଜିତ ଧାନ ଗଣ୍ଡିକ ବିକ୍ରି କରି ତାର ଉପଯୁକ୍ତ ପ୍ରାପ୍ୟ ପାଇବା ପାଇଁ ବାରମ୍ବାର ଚାଷୀ କୁ ରାଜ ରାସ୍ତା କୁ ଓହ୍ଲାଇବାକୁ ପଡୁଛି ବୋଲି ଆଜି ଗଭୀର କ୍ଷୋଭ ର ସହ ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଶରତ ପଟ୍ଟନାୟକ ଙ୍କ ସହ ଆଲୋଚନା ବେଳେ କହିଛନ୍ତି ଚାଷୀ ନେତୃବୃନ୍ଦ। ଆଜି ଅତାବିରା ଠାରେ ଅବସ୍ଥାପିତ ଥିବା ଭାରତ ଯୋଡୋ ଯାତ୍ରା ର ଅସ୍ଥାୟୀ କ୍ୟାମ୍ପ ରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ଙ୍କ ସହ ଆଲୋଚନା ବେଳେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ଅତାବିରା ଶାଖା ର ସଭାପତି ବିରେନ୍ଦ୍ର କର ଙ୍କ ନେତୃତ୍ବ ରେ ଚାଷୀ ନେତା ମାନେ ଚାଷ ସମୟରେ ସେମାନେ ଭୋଗୁଥିବା ସମସ୍ୟା ଓ ଅମଳ ପରେ ବିକ୍ରି ପାଇଁ ଲାଗି ରହିଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ।ଏଥିରେ ଧାନ ଚାଷ ସମୟର ସାର ର କୃତ୍ରିମ ଅଭାବ ଦର୍ଶାଇ ବ୍ଲାକ ରେ ଚଢା ଦରରେ ସାର ଓ କୀଟନାଶକ ବିକ୍ରି କରିବା, ଅମଳ ପରେ ଧାନ ଠିକ୍ ଭାବରେ ବିକ୍ରି କରି ନପାରି , ଧାର୍ଯ୍ୟ ଦର ଠାରୁ କମ ଦରରେ ଧାନ ବିକ୍ରି କରିବା, ମଣ୍ଡି ର ଭିତ୍ତିଭୂମି ଅଭାବରେ ସବୁ ବେଳେ ଧାନ ଭିଜି କଟଣି ଛଟନି ର ଶିକାର ହେବା, ବୋନସ ଦିଆ ନ ଯିବା, ଚାଷୀ ମାନଙ୍କ ଧାନ ବିକ୍ରୀ ପାଇଁ ଟୋକନ ବ୍ୟବସ୍ଥା ସମ୍ପୂର୍ଣ ଅବ୍ୟବସ୍ଥିତ ରହିବା, ବୀମା ଅର୍ଥ ପୈଠ ନ କରିବା ଆଦି ଅସୁବିଧା ବିଷୟରେ ଆଲୋଚନା ବେଳେ ଚାଷୀ ମାନେ କହିଥିଲେ। ସେମାନେ କଂଗ୍ରେସ ଦଳ ସରକାର କୁ ଆସିଲେ ବା ବର୍ତ୍ତମାନ ର ସରକାର ଙ୍କ ଠାରେ ଦାବୀ ମାଧ୍ୟମରେ ଚାଷୀ ମାନଙ୍କ ର ସମସ୍ୟା ଗୁଡ଼ିକ ଉପସ୍ଥାପନ କରି ତାର ସମାଧାନ ର ବାଟ ବାହାର କରିବାକୁ ନିବେଦନ କରିଥିଲେ। ସେମାନଙ୍କ ମତ ଥିଲା ଯେ ସମସ୍ତ ମଣ୍ଡି ର ଭିତ୍ତିଭୂମି କୁ ସୁଦୃଢ଼ କରି ଆବଶ୍ୟକୀୟ ସାଧନ ଯୋଗାଇ ଦେବା ଯେଭଳିକି ମଣ୍ଡି ରେ ଧାନ ଶିଖାଇବା ର ପାଇଁ ଫର୍ଡ ନିର୍ମାଣ, ଓଜନ ମେସିନ ରଖିବା ସହ ମଣ୍ଡି ରେ ହିଁ ଓଜନ କରିବା, ଧାନ ସଫା କରିବା ଯନ୍ତ୍ର ରଖିବା, ମଣ୍ଡି ରେ ହିଁ ଚାଷୀ ର ଧାନ ସଂଗ୍ରହ କରି ତାକୁ ଧାନ ବସ୍ତା ଯୋଗାଇ ଦେବା ବ୍ୟବସ୍ଥା କରିବା, ମଣ୍ଡି ରେ ହିଁ ଟୋକନ ଦେବାର ବ୍ୟବସ୍ଥା କରିବା, ପ୍ରତ୍ୟେକ ମଣ୍ଡି ରେ ଚାଷୀ ଙ୍କ ପାଇଁ ରେଷ୍ଟ୍ ସେଡ ବ୍ୟବସ୍ଥା କରିବା, ମଣ୍ଡି ରେ ଗଚ୍ଛିତ ଧାନ ଶୁଖିଲା ରଖିବାକୁ ମଣ୍ଡି ରେ ପର୍ଯ୍ୟାପ୍ତ ପରିମାଣର ଗୋଦାମ ଘର ନିର୍ମାଣ, ପଲିଥିନ ଯୋଗାଇଦେବା ଆଦି ବ୍ୟବସ୍ଥା ସହ ଧାନ ର ସହାୟକ ମୂଲ୍ୟ ବୃଦ୍ଧି କରିବା, ଧାନ ଉପରେ ବୋନସ ଦେବା, ପ୍ରତ୍ୟେକ ମଣ୍ଡି ରେ ବା ବ୍ଲକ୍ ରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ କରିବା,ପ୍ରତ୍ୟେକ ଚାଷୀ ପରିବାର କୁ ୧୦ ଲକ୍ଷ ଟଙ୍କା ରାଶି ର ବୀମା ପ୍ରଦାନ କରିବା, ବାରମାସୀ ଚାଷୀ ର ଧାନ ବିକ୍ରି ପାଇଁ ମଣ୍ଡି ଖୋଲିବା ସହ କୃଷି ବୀମା କୁ ସରଳିକରଣ କରି ଚାଷୀ ଯେଭଳି ବୀମା ରାଶି ଜମା କରି କ୍ଷୟ କ୍ଷତି ସମୟରେ ସଠିକ୍ କ୍ଷତି ପୂରଣ ପାଇପାରିବ ତାର ବ୍ୟବସ୍ଥା କରାଯାଉ। ପ୍ରତିବର୍ଷ ଖରିଫ ଓ ରବି ଋତୁ ପୂର୍ବରୁ ଜିଲ୍ଲା ର ଏକର ପ୍ରତି ଧାନ ଅମଳ ପରିମାଣ ନିର୍ଧାରଣ କରି ଚାଷୀ ର ସମସ୍ତ ଧନ କ୍ରୟ କରିବା ବ୍ୟବସ୍ଥା କରାଯାଉ।ସେହିପରି ଚାଷୀ ରାଷ୍ଟ୍ର ନିର୍ମାଣ ରେ ସହଯୋଗୀ ହେଉଥିବା ରୁ ବୟସ ର ଅପରାହ୍ନ ରେ ଚାଷୀ ଙ୍କୁ ପେନସନ ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଠାରେ କଂଗ୍ରେସ ଦଳ ପକ୍ଷରୁ ଚାପ ମାଧ୍ୟମରେ ଦାବୀ ରଖାଯାଉ ଏବଂ ଆଗାମୀ ଦିନରେ ଯଦି ରାଜ୍ୟ ବା କେନ୍ଦ୍ର ରେ ଦଳ ସରକାର କୁ ଆସେ ଏହି ସବୁ ଦାବୀ ଉପରେ ଦୃଷ୍ଟି ଦିଆଯାଉ ବୋଲି ଚାଷୀ ନେତା ମାନେ ଦାବି କରିଥିଲେ। ସମସ୍ତ ଙ୍କ କଥା ଶୁଣିବା ପରେ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆମେ ଖୁବ ଶୀଘ୍ର ରାଜ୍ୟ କୃଷକ କଂଗ୍ରେସ ପକ୍ଷରୁ ଏହି ସବୁ ବିଷୟ ନେଇ ଆନ୍ଦୋଳନ ଆରମ୍ଭ କରିବୁ ଏବଂ ଦଳ ସରକାର କୁ ଆସିଲେ ନିଶ୍ଚିତ ଭାବରେ ଚାଷୀ ମାନଙ୍କ ପକ୍ଷରୁ ରଖାଯାଇଥିବା ଦାବୀ ପୂରଣ ପାଇଁ ପଦକ୍ଷେପ ନିଆଯିବ। ଏହି ଆଲୋଚନା ସମୟ ରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ଅତାବିରା ଶାଖା ର ସଭାପତି ଶ୍ରୀ କର ଙ୍କ ସହ ଟିକେଲାଲ ମିଶ୍ର, ସୁବାସ ବିଶ୍ଵାଳ, ବୁଦ୍ଧଦେବ ନନ୍ଦ, ଅମୂଲ୍ୟ ସ୍ୱାଇଁ,ଦଶରଥ ଭୋଇ, ଭୁବନ ପ୍ରଧାନ, ହରେରାମ ସ୍ୱାଇଁ, ଦିଲିପ ପ୍ରଧାନ,ବି ପାପା ରାଓ ,ସମୀର ପ୍ରଧାନ, ପ୍ରଦୀପ ପ୍ରଧାନ, ଦିଲିପ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ।ଏହି ଆଲୋଚନା ସମୟରେ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ, କଂଗ୍ରେସ ନେତା ପ୍ରଦୀପ ଦେବତା , ଦୟା ସାଗର ମେଣ୍ଡଳି,ହରଦୀପ ସିଂ, ଉନୀ ନାୟାର,ରବି ପଣ୍ଡା,ପ୍ରତାପ ନାୟକ, ଶୟଦ୍ ହସନ୍ ଅଲି, ପାଣ୍ଡବ କର୍ଣ୍ଣ,ଆନନ୍ଦ ପ୍ରଧାନ,ଦୀପକ ରାଏ,
ମୁକେଶ ଅଗ୍ରୱାଲ,ଜିତୁ ଭୋଇ,ଆଜାଦ ପତି, ଉସମାନ ଖାଁ,ଅବିନାଶ ପ୍ରଧାନ,ରମଣୀ ଦନ୍ତା , ଭୂପେନ୍ଦ୍ର ପଟେଲ ,ଅଶୋକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।




admin 