ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ନବମ ବାର୍ଷିକ ଉତ୍ସବ
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ନବମ ବାର୍ଷିକ ଉତ୍ସବ
admin
Jan 16, 2020 - 13:28
Updated: Jan 16, 2020 - 13:28
ପଦ୍ମପୁର(ନିରଂଜନ ତ୍ରିପାଠୀ) - ବରଗଡ ଜିଲ୍ଳା ପାଇକମାଲ ବ୍ଳକ ଅନ୍ତର୍ଗତ ମହୁଲପାଲି,ବୁକୁରାମୁଣ୍ଡା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ତଥା ପାଠଚକ୍ରର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ା ଉଦ୍ୟୋକ୍ତା ଶ୍ରୀ ଲିଙ୍ଗରାଜ ପ୍ରଧାନ , ସଭାପତି ଶ୍ରୀ ଯୁବରାଜ ପ୍ରଧାନ, ଅଧ୍ୟକ୍ଷ ଶ୍ରୀ ପଞ୍ଚାନନ ବିଶୀଙ୍କ ଦ୍ବାରା ଦୀପ ପ୍ରଜ୍ଜ୍ବଳନ ପରେ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରାଯାଇଥିଲା ା ଏଥିରେ ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ଡା. ନାରାୟଣ ପଶାୟତ(ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ, ବୁକୁରାମୁଣ୍ଡା) ଓ ଶ୍ରୀସୁରଥ କୁମାର ସାହୁ(ସାମ୍ବାଦିକ,ପାଇକମାଲ), ମୁଖ୍ୟ ବକ୍ତା ଡଃ. ଉପେନ୍ଦ୍ର କୁମାର ମହାପାତ୍ର(ଜିଲ୍ଲା ସଂଗଠକ,ବରଗଡ ଜିଲ୍ଲା ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନ), ଅତିଥି ଶ୍ରୀମତି ଦମୟନ୍ତୀ ମିର୍ଧା, ଶ୍ରୀମତି ବବିତା ପ୍ରଧାନ, ଶ୍ରୀମତି ହେମାଙ୍ଗିନୀ ମହାପାତ୍ର,ଶ୍ରୀମତି ପୁରୋହିତ,ଯୋଗଦେଇଥିଲେ | ଶିକ୍ଷାକେନ୍ଦ୍ର ତରଫରୁ ଶ୍ରୀ ଗଙ୍ଗାଧର ବଗାର ସମସ୍ତ ଅତିଥି,ବକ୍ତା, ଅଭିଭାବକ,ଶିଶୁ ଓ ଶିକ୍ଷାପ୍ରେମୀମାନଙ୍କୁ ସ୍ବାଗତ ଜଣାଇବା ପରେ ଅତିଥିମାନଙ୍କୁ ଶିଶୁମାନଙ୍କ ଦ୍ବାରା ସମ୍ମାନିତ କରାଗଲା | ଶ୍ରୀଯୁକ୍ତ ପୁରୋହିତ ତାଙ୍କ ମନ୍ତବ୍ଯରେ ଶିକ୍ଷାକେନ୍ଦ୍ର ପାଇଁ ଅକୁଣ୍ଠ ଚିତ୍ତରେ ସମସ୍ତ ପ୍ରକାରର ସହଯୋଗ କରିବାକୁ ସମ୍ମତି ପ୍ରକାଶ କରିଥିଲେ | ମୁଖ୍ୟ ବକ୍ତା ଡ଼ଃ. ମହାପାତ୍ର "ପୂର୍ଣ୍ଣାଙ୍ଗ ଶିକ୍ଷାରେ ନାରୀର ଭୂମିକା " ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ | ପରେପରେ ଶିଶୁମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରାଯାଇଥିଲା | ଏଥିରେ ସହଯୋଗ କରିଥିବା ଅପାଭାଇ- ବସନ୍ତ ଦାଶ,ଉପେନ୍ଦ୍ର ସାହୁ,ସେବିତ କୁମାର ପାତ୍ର,ସୁନୀଳ ବାରିକ,ସୁନୀଳ ରଣା,ଫକିର ରଣା,ଯଜ୍ଞସେନୀ ପ୍ରଧାନ,ଯଜ୍ଞସେନୀ ପଣ୍ଡା,ମମତା ପ୍ରଧାନ,ଅମୂଲ୍ୟ ନାୟକ,ମମିତା ନାଥ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରି ପତାକା ଅବତରଣ କରାଗଲା |