ନୂଆ ଅନ୍ଦାଜରେ ଲୁଟିଲେ, ଲୁଟେରା ।

ନୂଆ ଅନ୍ଦାଜରେ ଲୁଟିଲେ, ଲୁଟେରା ।

 ନୂଆ ଅନ୍ଦାଜରେ ଲୁଟିଲେ, ଲୁଟେରା ।
ନୂଆ ଅନ୍ଦାଜରେ ଲୁଟିଲେ, ଲୁଟେରା । ବାହାଘର ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ଜଣେ ଚୋର ଏବେ ପୁଲିସ୍ ହାବୁଡ଼ରେ ପଡ଼ିଛି। ଧରା ପଡିଥିବା ଲୁଟେରାର ନାଁ ନବୀ ବୋଲି ଜଣାପଡିଛି। ରାଜଧାନୀର ଏକ ମଣ୍ଡପରେ ହୋଇଥିବା ବିବାହକୁ ଭିଆଇପି ବେଶରେ ଆସି କଳାକନା ବୋଳିଥିଲେ ନବି ଓ ତାଙ୍କ ସହଯୋଗୀ। ଅତିଥି ବେଶରେ ଆସିଥିବା ଛଦ୍ମବେଶୀ ଲୁଟେରା ପ୍ରାୟ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ କରିଥିବା ଥାନାରେ ଏତଲା ହେବା ପରେ ପୁଲିସ୍ ଛାନଭିନ ଆରମ୍ଭ କରିଥିଲା। । ପୂରା ଗହଳି ଭିତରେ ସମସ୍ତେ ଯେତେବେଳେ ବାହାଘର ପାର୍ଟିରେ ମସଗୁଲ ଥିଲେ ତା’ରି ସୁଯୋଗ ନେଇଥିଲେ ଏହି ୨ ଯୁବକ। ଆଉ ସୁବିଧା ସୁଯୋଗ ଦେଖି ବିବାହରେ ମିଳିଥିବା ଗିଫ୍ଟଗୁଡ଼ିକୁ ଧିରେ ଧିରେ ନେଇ ଖସି ଯାଇଥିଲେ। ଏହି ଲୁଟ୍ରେ ଜଣକୁ ସିସିଟିଭିରେ ଚିହ୍ନଟ କରିବା ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରି ନବୀକୁ ଗିରଫ କରିଛି। ଅନ୍ୟ ଅତିଥିଙ୍କ ଭଳି ନବୀ ଓ ତା’ ସହଯୋଗୀ ଭିଆଇପି ବେଶରେ ଆସିଥିଲେ। ଛାଟ ବାଟରୁ ଉଭୟ ଆଦୌ ଚୋର ବୋଲି ଜଣାପଡ଼ୁ ନାହିଁ। ଅନ୍ୟମାନେ ହସଖୁସିରେ ମସଗୁଲ ଥିବା ବେଳେ ସେମାନଙ୍କ ନଜର କିନ୍ତୁ ଟଙ୍କା, ସୁନା ଭର୍ତ୍ତି ବ୍ୟାଗ୍ ଉପରେ ଥିଲା। ଏହି ପରି କିଛି ସମୟ ବସିବା ପରେ ବାହାଘର ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଧରି ଚମ୍ପଟ ମାରିଥିଲେ।