ନିଶାସକ୍ତ ଅବସ୍ଥାରେ ନିଜ ବେକକୁ ବ୍ଲେଡରେ କାଟିଲେ

ନିଶାସକ୍ତ ଅବସ୍ଥାରେ ନିଜ ବେକକୁ ବ୍ଲେଡରେ କାଟିଲେ

 ନିଶାସକ୍ତ ଅବସ୍ଥାରେ ନିଜ ବେକକୁ ବ୍ଲେଡରେ କାଟିଲେ
ବାଲିପାଟଣା: ସ୍ଥାନୀୟ ଭାକରସାହି ଗାଁର ଆରତ ପଣ୍ଡା(୪୦) ନିଶାସକ୍ତ ଅବସ୍ଥାରେ ନିଜ ବେକକୁ ବ୍ଲେଡରେ କାଟି ଦେଇଛନ୍ତି । ସୌଭାଗ୍ୟକୁ ଠିକଣା ସମୟରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିବାରୁ ସେ ବର୍ତି ଯାଇଛନ୍ତି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସୂଚନାନୁସାରେ, ଆରତ ଏହି ଗାଁରେ ଘର ଜୋଇଁଆ ହୋଇ ରହୁଛନ୍ତି । ମଦ ନିଶାରେ ସେ ସବୁବେଳେ ଘରେ ଝଗଡା କରନ୍ତି । ସେ ଘରେ ମଦ ପିଇ ପତ୍ନୀଙ୍କ ସହିତ ପ୍ରଚୁର ଝଗଡା କରିବା ପରେ ବାହାରକୁ ଚାଲିଯାଇଥିଲେ । ଗାଁ ମୁଣ୍ଡରେ ଏକ ନିଛାଟିଆ ସ୍ଥାନରେ ସେ ବ୍ଲେଡରେ ନିଜ ବେକକୁ କାଟି ଦେଇଥିଲେ ।