ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରଭାବ କମ : ନିରଞ୍ଜନ ମିଶ୍ର
ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରଭାବ କମ : ନିରଞ୍ଜନ ମିଶ୍ର
ଭୁବନେଶ୍ୱର : ଦେଶରେ କରୋନାର ଦ୍ୱିତୀୟ ଲହର ହଇଚଇ କରିଦେଇଥିବାବେଳେ ଆଗକୁ ତୃତୀୟ ଲହର ଆସୁଛି । ଯାହା ପାଇଁ ସମସ୍ତେ ଚିନ୍ତିତ । ତେଣୁ ଟିକାକରଣ ପ୍ରକି୍ରୟାକୁ ତ୍ୱରାନ୍ୱିତ କରାଯାଇଛି । ତେବେ ଏଭଳି ସଙ୍କଟପୂର୍ଣ୍ଣ ସ୍ଥିତିରେ ଆଶ୍ଵସ୍ତିକର କଲାଭଳି ଖବର ହେଉଛି ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରଭାବ କମ ରହୁଛି । ତଥାପି ଆମକୁ ତୃତୀୟ ଲହର ଆସିବା ପୂର୍ବରୁ ଟିକାକରଣ ଜୋରଦାର କରିବାକୁ ପଡିବ । କେନ୍ଦ୍ର ସରକାର ଯେତେ ଟିକା ଦେବେ ସେହି ଅନୁସାରେ ଆମେ ଟିକାକରଣ କରିବୁ । ଟିକାକରଣ ନେଇ ଆମର ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି ଓ ଆମେ ବି ପ୍ରସ୍ତୁତ ହୋଇ ରହିଛୁ ବୋଲି କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ।
ଷ୍ଟେରଏଡ ବ୍ୟବହାର ନେଇ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼ ଲାଇନ ଉପରେ ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଯେଉଁ ନୂଆ ଗାଇଡଲାଇନ ଆସିଛି ସେହି ଅନୁଯାୟୀ ଷ୍ଟେରଏଡ ବ୍ୟବହାର ହେବ । ଯେଉଁମାନଙ୍କ ଅକ୍ସିଜେନ ଆବଶ୍ୟକ ରହୁଛି ସେହିମାନଙ୍କ କ୍ଷେତ୍ରରେ ଷ୍ଟେରଏଡ଼ ବ୍ୟବହାର ହେଉଛି । ଅକ୍ସଫୋର୍ଡ ଷ୍ଟଡି ବି ଏହି ସମାନ କଥା କହୁଛି । ଷ୍ଟେରଏଡ ବ୍ୟବହାରର ଭଲ ପ୍ରଭାବ ରହିଛି ଓ ଖରାପ ପ୍ରଭାବ ବି ରହିଛି । ଏହା ନୂଆ ନୁହେଁ । ପୂର୍ବରୁ ଏହାକୁ ମଧ୍ୟ ବ୍ୟବହାର କରାଯାଉଥିଲା। କୋଭିଡ ସମୟରେ ଯେଉଁମାନେ ମଧ୍ୟମରୁ ଗୁରୁତର ପେସେଣ୍ଟ ଅଛନ୍ତି ସେହିମାନଙ୍କ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଛି ।