ତ୍ରୁଟି ସ୍ବୀକାର କଲା କମିଶନରେଟ୍ ପୁଲିସ

ତ୍ରୁଟି ସ୍ବୀକାର କଲା କମିଶନରେଟ୍ ପୁଲିସ

କଟକ: ପୁଲିସର ଭୁଲ ତଦନ୍ତ ଯୋଗୁ ଜଣେ ନିର୍ଦୋଷଙ୍କୁ ଜେଲ ମଧ୍ୟରେ ୧୨ ଦିନ କାଟିବାକୁ ପଡିଛି । କମିଶନରେଟ୍ ପୁଲିସର କର୍ତ୍ତବ୍ୟକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, ଗତ ୧୧ତାରିଖରେ ଚନ୍ଦନ ମହାରଣା ନାମକ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଥିଲା । ସେ ନିର୍ଦୋଷ ସତ୍ତ୍ବେ ପୁଲିସ ତାଙ୍କୁ ଗିରଫ କରିଥିଲା। କାରଣ ଅଭିଯୁକ୍ତଙ୍କ ଠିକଣା ଏବଂ ବାପାଙ୍କ ନାଁ ସହ ତାଙ୍କର ନାମ ଓ ଠିକଣା ସମାନ ଥିଲା । ପୁଲିସ ଏଭଳି ଏକ ଖାମଖିଆଲି କାର୍ଯ୍ୟକଳାପକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ପୁଲିସର କର୍ତ୍ତବ୍ୟ ଉପରେ ପ୍ରଶ୍ନ ଉଠିଛି । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କମିଶନରେଟ୍ ପୁଲିସ ନିଜ ଭୁଲକୁ ସ୍ବୀକାର କରିଛି ।