ଟିକିଆ ଚାଟ

ଟିକିଆ ଚାଟ

 ଟିକିଆ ଚାଟ
ସାମଗ୍ରୀ: - ୨ ଅଧକିଲୋ ଆଳୁ - ୧ କପ ଦହି - ୧ କପ ମଟର ସିଝା - ୨ ଟେବୁଲଚାମଚ ତେଲ - ମିଠା ଚଟଣୀ - ଖଟା ଚଟଣି - ବିଟ ଲୁଣ - ଦରକାର ମୁତାବକ ଲୁଣ ପ୍ରଣାଳୀ: ଆଳୁକୁ ସିଝାଇ ଲୁଣ ଦେଇ ଚକଟି ରଖିବେ । ମଟର ସିଝାଇ ରଖିବେ । ତାୱାରେ ତେଲ ଦେଇ ଆଳୁ ସିଝାକୁ ଗୋଲ କିମ୍ବା ପାନପତ୍ର ସାଇଜର ଟିକିଆ କରି କମ ନିଆଁରେ ଦୁଇପାଖ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ସେକି ରଖିବେ । ଦହି ଫେଟିଂ ରଖିବେ । ପ୍ଳେଟରେ ୨/୩ ଟି ଆଳୁ ଟିକିଆ ରଖିବେ । ୧ ଟେବୁଲ ଚାମଚ ମଟର ସିଝା ଛିଚିଂଦେବେ । ତା ଉପରେ ୧ ଟେବୁଲ ଚାମଚ ଫେଟାଂ ଦହି, ଟିକେ ଖଟା ଚଟଣୀ, ଟିକେ ମିଠା ଚଟଣି ତା ଉପରେ ଛିଚିଂଦେବେ । ଗରମ ଦିନେ ୪ଟା ବେଳେ ଜଳଖିଆ ପାଇଁ ଏହା ଖାଇବାକୁ ଭଲଲାଗେ ।