ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କୁ ଅଯୋଗ୍ୟ ଘୋଷିତ
ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କୁ ଅଯୋଗ୍ୟ ଘୋଷିତ
admin
Apr 17, 2021 - 06:07
Updated: Apr 17, 2021 - 06:07
ପୁରୀ: ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ରାଜ୍ୟ ହିନ୍ଦୁ ଦେବୋତ୍ତର ଆୟୁକ୍ତ । ସରକାରଙ୍କ ଅନୁମୋଦନ ପରେ ଶୁକ୍ରବାର ନିଦେ୍ର୍ଧଶନାମା ଜାରି କରାଯାଇଛି । ଦେବୋତ୍ତର ଆୟୁକ୍ତ ଚିତ୍ତରଞ୍ଜନ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଭରଣ ପୋଷଣ ବାବଦକୁ ପ୍ରତ୍ୟେକ ମାସରେ ମହନ୍ତଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ ପାଇଁ ଆୟୁକ୍ତ ନିଦେ୍ର୍ଧଶ ଦେଇଛନ୍ତି । ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ ଅନୁଯାୟୀ ଏମାର ମଠ ମହନ୍ତଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମଠ ମହନ୍ତ ରାଜଗୋପାଳଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦେବୋତ୍ତର ଆୟୁକ୍ତ ନିଦେ୍ର୍ଧଶ ଦେବା ସହ ତାହାକୁ ଅନୁମୋଦନ ପାଇଁ ଏପି୍ରଲ ୮ ରେ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିଲେ । ଆଇନ ବିଭାଗ ତାହାକୁ ସ୍ୱୀକୃତି ଦେଇଥିବା ଜଣାପଡ଼ିଛି । ଏମାର ମଠ ପରିଚାଳନା ପାଇଁ ଦେବୋତ୍ତର ଆୟୁକ୍ତ ୫ ଜଣିଆ ନ୍ୟାସ ସମିତି (ଟ୍ରଷ୍ଟ ବୋର୍ଡ) ଗଠନ କରିଛନ୍ତି । ଉତ୍ତରପାଶ୍ୱର୍ ମଠ ମହନ୍ତ ନାରାୟଣ ରାମାନୁଜ ଦାସ ନ୍ୟାସ ସମିତି ସଭାପତି ଭାବେ ମନୋନୀତ ହୋଇଛନ୍ତି । ସିଟି ଡିଏସପିଙ୍କ ସମେତ ବରିଷ୍ଠ ଆଇନଜୀବୀ ବନ ବିହାରୀ ନାୟକ, ସମାଜସେବୀ ପ୍ରତିମା ମିଶ୍ର, ଅବସରପ୍ରାପ୍ତ ଅଧ୍ୟାପକ ନରେଶ ଚନ୍ଦ୍ର ଦାଶଙ୍କୁ ନ୍ୟାସ ସମିତି ସଭ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ପୁଲିସ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦେବୋତ୍ତର ବିଭାଗ ମଠରେ ଥିବା କୋଠରି ଗୁଡ଼ିକୁ ଖୋଲି ଯାଞ୍ଚ କରିବା ସହ ସେଠାରେ ଥିବା ଅସ୍ଥାବର ସମ୍ପତ୍ତିର ତାଲିକା ପ୍ରସ୍ତୁତ କରିଛି । ତଲାସି ବେଳେ ମିଳିଥିବା ଆଉ ୪୫ ଖଣ୍ଡ ରୁପା ଇଟାକୁ ଜିଲ୍ଲା କୋଷାଗାରରେ ରଖାଯାଇଛି ।