ଆଇସିଏସଇ ଦଶମ ବୋଡର଼୍ ପରୀକ୍ଷା ବାତିଲ ଘୋଷଣା

ଆଇସିଏସଇ ଦଶମ ବୋଡର଼୍ ପରୀକ୍ଷା ବାତିଲ ଘୋଷଣା

 ଆଇସିଏସଇ ଦଶମ ବୋଡର଼୍ ପରୀକ୍ଷା ବାତିଲ ଘୋଷଣା
ନୂଆଦିଲ୍ଲୀ : ଆଇସିଏସଇ ଦଶମ ବୋଡର଼୍ ପରୀକ୍ଷା ପୂର୍ବରୁ ସ୍ଥଗିତ ରଖିଥିବାବେଳେ ଏବେ ବାତିଲ ବୋଲି ଘୋଷଣା କରିଛି । ତେବେ ଦ୍ୱାଦଶ ପରୀକ୍ଷା ପୂର୍ବଭଳି ସ୍ଥଗିତ ରଖାଯାଇଛି । ଏନେଇ ବୋଡର଼୍ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । କୋଭିଡ଼ ୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦଶମ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ଜୁନରେ ଆଇଏସସି ପରୀକ୍ଷା ନେଇ ନିଷ୍ପତି ନିଆଯିବ ବୋଲି କୁହାଯାଇଛି । ଛାତ୍ରଛାତ୍ରୀମାନଙ୍କର ନିରାପତା ହିଁ ପ୍ରାଥମିକତା ବୋଲି ଆଇସିଏସଇ କହିଛି । ସୂଚନାଯୋଗ୍ୟଯେ, ଓଡ଼ିଶାରେ ମଧ୍ୟ ମାଟ୍ରିକ ଓ +୨ ପରୀକ୍ଷା ସ୍ଥଗିତ ରଖାଯାଇଛି । ଅପରପକ୍ଷରେ କେତେକ ଏହାକୁ ବାତିଲ କରିବାକୁ ମଧ୍ୟ ଦାବି କରୁଛନ୍ତି ।