ଅପରାଧିଙ୍କୁ ଧରିବା ସାହାର୍ଯ୍ୟ କରିବ ‘ଅତିଥି ଆପ’

ଅପରାଧିଙ୍କୁ ଧରିବା ସାହାର୍ଯ୍ୟ କରିବ ‘ଅତିଥି ଆପ’

 ଅପରାଧିଙ୍କୁ ଧରିବା ସାହାର୍ଯ୍ୟ କରିବ ‘ଅତିଥି ଆପ’
ଭୁବନେଶ୍ୱର: କମିସନରେଟ ପୁଲିସ ସାଧାରଣ ଲୋକଙ୍କ ନିକଟତର ହେବା ଏବଂ ସେମାନଙ୍କୁ ସହଜରେ ଆଇନଗତ ସହାୟତା ପହଞ୍ଚାଇବା ଲକ୍ଷ୍ୟ ନେଇ ଏକାଧିକ ମୋବାଇଲ ଆପ ପ୍ରସ୍ତୁତ କରିଛି । ଏହି ଶୃଙ୍ଖଳାରେ ଆଉ ଏକ ନୂଆ ଆପ ଯୋଡ଼ି ହେବ । ରାଜଧାନୀକୁ ଆସୁଥିବା ଏବଂ ଏଠାରେ ହୋଟେଲ, ଲଜ ଓ ଗେଷ୍ଟ ହାଉସରେ ରହୁଥିବା ଆଗନ୍ତୁକଙ୍କ ବ୍ୟବସ୍ଥିତ ଡାଟାବେସ ପ୍ରସ୍ତୁତ ଲାଗି ‘ଅତିଥି ଆପ’ ପ୍ରସ୍ତୁତ କରୁଛି । ଯାହାକୁ ପୁଲିସ କମିସନର ସୌମେନ୍ଦ୍ର ପି୍ରୟଦର୍ଶୀ ଲୋକାର୍ପଣ କରିବେ ବୋଲି ଭୁବନେଶ୍ୱର ଡିସିପି ଡ.ଉମାଶଙ୍କର ଦାଶ କହିଛନ୍ତି । କମିସନରେଟ ପୁଲିସ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ଅଧୀନରେ ଥିବା ୨୨ଟି ଥାନା ଅଞ୍ଚଳର ୮ ଶହ ହୋଟେଲ, ଲଜ ଓ ଗେଷ୍ଟ ହାଉସ ରହିଛି । ଏସବୁ ଅନୁଷ୍ଠାନ ଏହି ଆପକୁ ବ୍ୟବହାର କରିବ । କମିସନରେଟ ପୁଲିସ ପକ୍ଷରୁ ଏହି ଆପର ବ୍ୟବହାର ସମ୍ପର୍କରେ ହୋଟେଲ, ଲଜ ଓ ଗେଷ୍ଟହାଉସର କର୍ମଚାରୀଙ୍କୁ ତାଲିମ ଦିଆଯିବ ।