‘ସମାଧାନ ଚାହୁଁନାହାନ୍ତି ଅନୁଭବ’
‘ସମାଧାନ ଚାହୁଁନାହାନ୍ତି ଅନୁଭବ’
admin
Sep 11, 2020 - 08:14
Updated: Sep 11, 2020 - 08:14
ଭୁବନେଶ୍ୱର: ଶୀଘ୍ର ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ । ପୁଣି ଏକାଠି ହେବେ ଶୁଆ-ଶାରୀ । କହିବେ କିଏ ସେ ଡାକୁଛି କୋଉଠି ମୋତେ । ସାଂସଦ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷାଙ୍କ ଭିତରେ ଦେଖା ଦେଇଥିବା ବିବାଦ ପରିପ୍ରେକ୍ଷୀରେ ଗୁରୁବାର ମାନାବଧିକାର କର୍ମୀ କଟକସ୍ଥିତ ବାସଭବନରେ ଉଭୟଙ୍କୁ ଭେଟି ଦୀର୍ଘ ସମୟ ଆଲୋଚନା କରିବା ପରେ ଏହା ହିଁ ଆଶା କରାଯାଉଥିଲା । କିନ୍ତୁ ଅନୁଭବ ବିବାଦର ସମାଧାନ ଚାହୁନାହାନ୍ତି । ଏକଥା ଆମେ କହୁନାହୁଁ । ଏକଥା କହିଛନ୍ତି ଅନ୍ତର୍ଜାତୀୟ ମାନବାଧିକ କମିଶନ ଓଡ଼ିଶା ଶାଖା ମୁଖ୍ୟ ଗୀତାଶ୍ରୀ ଦାସ । ଆଜି ଅନୁଭବଙ୍କ ଘରୁ ନିରାଶ ହୋଇ ଫେରିବା ପରେ ସେ ଏଭଳି କହିଛନ୍ତି ।
ସେ କହିଛନ୍ତି ଯେ, ଗତକାଲି ଆମେ ତାଙ୍କ ଘରକୁ ଯାଇ ବର୍ଷା ଓ ଅନୁଭବଙ୍କ ଭେଟିଥିଲୁ । ଆଜି ଉଭୟଙ୍କୁ ଏକାଠି ବସାଇ ସମାଧାନର ରାସ୍ତା ବାହାର କରିବାକୁ ଚାହିଁଥିଲୁ । ସାଂସଦ ଆଜି ଆମକୁ ସମୟ ଦେବେ ବୋଲି କହିବାରୁ ଆମେ ସେହି ଅନୁସାରେ ଆସିଥିଲୁ । ଆଜି ବର୍ଷାଙ୍କ ସହ କଥାହେଲୁ । କିନ୍ତୁ ଅନୁଭବ ଦେଖା ଦେଲେ ନାହିଁ । ଘରେ ଥିଲେ ସହଯୋଗୀଙ୍କ ଜରିଆରେ ଦେଖା କରିବାକୁ ମନା କରିଥିଲେ । କାଲି ମିଡିଆରେ ଆମ ମନ୍ତବ୍ୟ ଯୋଗୁଁ ସେ ମର୍ମାହତ ବୋଲି କହିଥିଲେ । ତେବେ ଆମେ ମିଡିଆରେ କିଛି ମନ୍ତବ୍ୟ ଦେଇନୁ । ଉଭୟଙ୍କ ମିଳାମିଶା ଚାହିଁଛୁ । ଅନୁଭବ ଆମକୁ କଥା ଦେଇ କଥା ରଖିଲେନି । ସେ ସମାଧାନ ଚାହୁଁନାହାନ୍ତି ।
ପ୍ରକାଶ ଯେ, ଗୁରୁବାର ମାନାବଧିକାର କର୍ମୀ କଟକସ୍ଥିତ ବାସଭବନରେ ଉଭୟଙ୍କୁ ଭେଟି ଦୀର୍ଘ ସମୟ ଆଲୋଚନା କରିଥିବାବେଳେ ଶୁକ୍ରବାର ପୁଣି ସାଂସଦ ଅନୁଭବଙ୍କ ଘରେ ମାନବାଧିକାର କର୍ମୀ ପହହଞ୍ଚିଥିଲେ । କଟକ ନନ୍ଦିସାହି ଘରେ ଅନ୍ତର୍ଜାତୀୟ ମାନବାଧିକାର କମିଟିର ୫ଜଣ ସଦସ୍ୟ ପହଞ୍ଚିଥିଲେ । ଗତକାଲି ବି ୫ ସଦସ୍ୟ ଯାଇ ଉଭୟ ଅନୁଭବ ଓ ବର୍ଷାଙ୍କୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ପାଇଁ ସଦସ୍ୟାମାନେ ଉଦ୍ୟମ କରିଥିଲେ ।