‘ପ୍ଲାଙ୍କ ଫର ଇଣ୍ଡିଆ’ ସହ ଯୋଡ଼ିହେଲେ ଦୂତି

‘ପ୍ଲାଙ୍କ ଫର ଇଣ୍ଡିଆ’ ସହ ଯୋଡ଼ିହେଲେ ଦୂତି

‘ପ୍ଲାଙ୍କ ଫର ଇଣ୍ଡିଆ’ ସହ ଯୋଡ଼ିହେଲେ ଦୂତି
ଭୁବନେଶ୍ୱର - ଅଲିମ୍ପିଆନ୍ ଦୂତି ଚାନ୍ଦ ବଜାଜ ଆଲିଆଞ୍ଜ ଲାଇଫର ‘ପ୍ଲାଙ୍କ ଫର ଇଣ୍ଡିଆ’ ଅଭିଯାନ ସହ ଯୋଡ଼ି ହୋଇଛନ୍ତି । ଭାରତର ଉଦୀୟମାନ କ୍ରିଡ଼ାବିତଙ୍କୁ ସହାୟତା ପ୍ରଦାନ କରିବା ଏହି ଅଭିଯାନର ଉଦେ୍ଧଶ୍ୟ । ଦୂତି ସୋସିଆଲ ମିଡିଆରେ ଏହି ଅଭିଯାନକୁ ଆରମ୍ଭ କରିଛନ୍ତି ଏବଂ ନିଜର ହଜାର ହଜାର ଅନୁଗାମୀ (ଫଲୋଅର) ଙ୍କୁ ଏହି ଚ୍ୟାଲ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି । କଠିନ ପରିଶ୍ରମ ବଳରେ ସେ ଶୀର୍ଷ ସ୍ଥାନରେ ପହଞ୍ଚିପାରିଛନ୍ତି । ଦୂତି ଏହି ଅଭିଯାନକୁ ଏଥିପାଇଁ ସମର୍ଥନ କରୁଛନ୍ତି ଯେ ଏହା ଦେଶର ଉଦୀୟମାନ କ୍ରୀଡ଼ାବିତଙ୍କୁ ସେମାନଙ୍କ ଜୀବନର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ । ପ୍ରତିଟି ପ୍ଲାଙ୍କ ପାଇଁ ବଜାଜ ଆଲିଆଞ୍ଜ ଲାଇଫ ଆର୍ଥିକ ସହାୟତା ପ୍ରଦାନ କରିବ; ଯାହା ଭାରତର ଉଦୀୟମାନ କ୍ରୀଡ଼ାବିତ୍ଙ୍କ ପ୍ରଶିକ୍ଷଣ ଓ ବିକାଶରେ ବ୍ୟବହାର କରାଯିବ ।