୬ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କରୋନା ପରାମର୍ଶ, ଜାଣନ୍ତୁ ମୋଦି କଣ କହିଲେ
୬ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କରୋନା ପରାମର୍ଶ, ଜାଣନ୍ତୁ ମୋଦି କଣ କହିଲେ
ନୂଆଦିଲ୍ଲୀ : ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଶେଷ ହୋଇଛି । ଏହି ୬ ରାଜ୍ୟର କରୋନା ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନସିଂ ଜରିଆରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ବୈଠକରେ ଓଡିଶା, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏକ୍ସପର୍ଟ କହୁଛନ୍ତି ଲଗାତାର କେସ୍ ବଢିଲେ ମୁ୍ୟଟେସନ ବଢିଯାଏ । ଏଥିପାଇଁ ୩ୟ ଲହର ରୋକିବାକୁ ହେଲେ କଡା ପଦକ୍ଷେପ ଜରୁରୀ ରହିଛି । ଟେଷ୍ଟ, ଟ୍ରାକ୍, ଟ୍ରିଟ୍ ଓ ଟିକାକୁ ଗୁରୁତ୍ୱର ସହ ଆଗେଇ ନେବାକୁ ପଡିବ । ଯେଛଁଠି ପଜିଟିଭିଟି ବେଶି ସେଠି ମାଇକ୍ରୋ କଂଟେନମେଂଟ ଜୋନ୍ କରାଯାଉ । ଟିକା ଆମ ପାଇଁ ବଡ ଅସ୍ତ୍ର, ଏହାକୁ ଠିକ୍ ଢଙ୍ଗରେ ପରିଚାଳନା କରାଯାଉ । କରୋନାକୁ ରୋକିବା ପାଇଁ ଅଧିକରୁ ଅଧିକ ଟିକାକରଣ କରାଯାଉ । ଗ୍ରାମାଂଚଳରେ ଆମକୁ ଅଧିକ ପରିଶ୍ରମ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।




admin 