୬ ମହଲାରୁ ପଡି ରୋଗୀ ମୃତ

୬ ମହଲାରୁ ପଡି ରୋଗୀ ମୃତ

୬ ମହଲାରୁ ପଡି ରୋଗୀ ମୃତ
ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ୬ ମହଲାରୁ ପଡି ରୋଗୀ ମୃତୁ୍ୟବରଣ କରିଛି । ମୃତକ ରୋଗୀ ଜଣକ ହେଲେ ଟୁନା ବେହେରା । ସେ କାଲି ମେଡିକାଲରେ ଭର୍ତି ହୋଇଥିବା ଜଣା ପଡିଛି । ଟୁନା ବେହେରା ଗଁଦିଆ ଥାନା ମହୁଲଖୋଳ ଗାଁରୁ ମେଡିକାଲକୁ ଆସିଥିଲେ । ରୋଗୀ ଜଣକ କିପରି ୬ ମହଲାରୁ ତଳକୁ ଖସି ପଡିଲେ ଏହାର କାରଣ ସ୍ପଷ୍ଟ ହୋଇନାହିଁ । ୬ ମହଲାର ବଡ ଝରକା ଦେଇ ରୋଗୀ ଜଣକ ତଳେ ପଡିବାରୁ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ଯେଉଁ ଝରକା ବାଟରେ ରୋଗୀ ପଡିଛି ସେହି ଝରକାରେ ରକ୍ତ ଲାଗିଛି । ଘଟଣାସ୍ଥଳରେ ପୋଲିସ ପହଁଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରିଛି ପୋଲିସ ।