୬ ଜଣଙ୍କ ଉପରେ ମାଡ଼ିଗଲା କାର୍

୬ ଜଣଙ୍କ ଉପରେ ମାଡ଼ିଗଲା କାର୍

୬ ଜଣଙ୍କ ଉପରେ ମାଡ଼ିଗଲା କାର୍
ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ତଥା କଂସର ଫାଣ୍ଡି ପାଳକୁଦର-ଟିକିଲିପଡା ରାସ୍ତାରେ ରାତି ରେ ଏକ କାର ଚଢ଼ିଯିବାରୁ ନିଅାଁ ପୋଉଁଥିବା ୬ ଜଣ ଗୁରୁତର ହୋଇଛନ୍ତି । ସୌଭାଗ୍ୟବଶତଃ ଜଣେ ନାବାଳକ ବର୍ତ୍ତି ଯାଇଛନ୍ତି । ସ୍ଥାନୀୟ ଲୋକେ ସେମାନଙ୍କୁ ଏକ ଘରୋଇ ଜିପରେ କୁଚିଣ୍ଡା ହସ୍ପିଟାଲକୁ ନେଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ କଂସର ଫାଣ୍ଡି ପୁଲିସ ଅଦ୍ୟାବଧି କୌଣସି ଅଭିଯୋଗ ଆସିନଥିବା କହିଥିବା ବେଳେ ସମ୍ପୃକ୍ତ କାର ଚଳାଉଥିବା ଗାଡ଼ି ମାଲିକ ଜଣକ ସ୍ଥାନୀୟ ପାଳକୁଦର ଗାଁର ଲୁଇସ ଟପ୍ପୋ ବୋଲି ଗାଁ ଲୋକ କହିଛନ୍ତି । କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଗୁରୁତର ମାନେ ପାଳକୁଦର ପଞ୍ଚାୟତ କାଇବେଙ୍ଗ ଗାଁର ୨ ଭାଇ ପ୍ରତାପ ବାଘ ଓ ପ୍ରକାଶ ବାଘଙ୍କ ସହ ଅରୁଣ ବାଘ, ପରୀକ୍ଷିତ ବାଘ ଓ ଉମେଶ ବାଘ ଏବଂ ଦିଲ୍ଲୀପ ଭଇଁସା ବୋଲି ସୂଚନା ମିଳିଛି । ସୂଚନା ମତେ ସନ୍ଧ୍ୟାରେ ଦିଲ୍ଲୀପ ଭଇଁସାଙ୍କ ସହ ଉକ୍ତ ବାଘ ପରିବାରର ଯୁବକମାନେ ରାସ୍ତାକଡ଼ରେ ନିଅାଁ ପୋଇବା ସହ ମୋବାଇଲରେ ଫିଲ୍ମ ଦେଖୁଥିଲେ । ଏହି ସମୟରେ ଏକ ବିବାହ କାର୍ଯ୍ୟରୁ ଫେରି ଉକ୍ତ ରାସ୍ତାରେ ଯାଉଥିବା କାର ହଠାତ ଭାରସାମ୍ୟ ହରାଇ ସେମାନଙ୍କ ଉପରକୁ ମାଡି ଯାଇଥିଲା । ଫଳରେ ଗାଡ଼ି ତଳେ ଚାପିହୋଇ ଯୁବକମାନେ ଗୁରୁତର ହୋଇଥିବା ବେଳେ ପାଖରେ ଛିଡ଼ା ହୋଇଥିବା ଜଣେ ନାବାଳକ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଦୁର୍ଘଟଣା ଘଟାଇ ସମ୍ପୃକ୍ତ ଗାଡ଼ି ଡ୍ରାଇଭର ଲୁଇସ ସେଠାରୁ ଫେରାର ମାରିଥିବା ବେଳେ ହୋହଲ୍ଲା ଶୁଣି ସ୍ଥାନୀୟ ଲୋକ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ ।