୬ଟି ରାଜ୍ୟ ବୁଲି, ୭୦୦ ଜଣଙ୍କୁ ପଚରା ଉଚୁରା କରିବା ପରେ ମିଳିଲା ସଫଳତା

୬ଟି ରାଜ୍ୟ ବୁଲି, ୭୦୦ ଜଣଙ୍କୁ ପଚରା ଉଚୁରା କରିବା ପରେ ମିଳିଲା ସଫଳତା

୬ଟି ରାଜ୍ୟ ବୁଲି, ୭୦୦ ଜଣଙ୍କୁ ପଚରା ଉଚୁରା କରିବା ପରେ ମିଳିଲା ସଫଳତା
ଭୁବନେଶ୍ୱର: ଗୋଟିଏ ହତ୍ୟା ମାମଲାର ଖୁଲାସା କରିବା ପାଇଁ ପୁଲିସକୁ କେତେ କଷ୍ଟ କରିବାକୁ ପଡେ଼ ତାହା ୨୦୧୬ ମସିହାର ମା ଓ ଝିଅ ମର୍ଡର ଘଟଣାକୁ ଦେଖିଲେ ଯେକେହିବି ଜାଣିପାରିବେ । ୨୦୧୬ ମସିହାରେ ୩୨ ବର୍ଷିୟା କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷିଆ ଝିଅ ବବଲି ଦାସଙ୍କୁ ହତ୍ୟା ଘଟଣାର ଖୁଲାସା ପାଇଁ ପୁଲିସକୁ ଗୋଟିଏ କି ଦୁଇଟି ରାଜ୍ୟ ନୁହେଁ, ମୋଟ ୬ଟି ରାଜ୍ୟକୁ ଯିବାକୁ ପଡ଼ିଛି । ଆଉ ପୁଲିସ ମୋଟ ୭୦୦ ଜଣଙ୍କୁ ପଚରା ଉଚୁରା କରିବା ପରେ ସଫଳତା ପାଇଛି । ୭୦୦ ଲୋକଙ୍କୁ ଜେରା କରିବା ପରେ ଅନୁପ ହିଁ ହତ୍ୟାକାଣ୍ଡର ମୁଖ୍ୟ ନାୟକ ବୋଲିି ଛତିଶଗଡର ରାୟଗଡ଼ ପୁଲିସ ସ୍ପଷ୍ଟ କରିଛି । କାହିଁକି ଓ କେମିତି ହତ୍ୟା: କଳ୍ପନା ୨୦୦୫ରେ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିଲେ । ୨୦୧୧ରୁ ଅନୁପଙ୍କ ସମ୍ପର୍କରେ ଆସି ଏକାଠି ରହୁଥିଲେ । ଅନୁପ ଭୁବନେଶ୍ୱରର ସୁନ୍ଦରପଦାରେ ଫ୍ଲାଟ କିିଣି ମା ଓ ଝିଅଙ୍କୁ ରଖିଥିଲେ । ଉଭୟ ସେଠାରେ ସ୍ୱାମୀ ଓ ସ୍ତ୍ରୀ ଭଳି ରହୁଥିଲେ । ୫ ବର୍ଷ ଏକାଠି ରହିବା ପରେ କଳ୍ପନା ତାଙ୍କୁ ବାହା ହେବାକୁ କହିଥିଲେ । ତେବେ ନିଜର ପରିବାର ଥିବାରୁ ଅନୁପ ବାହା ହେବାକୁ ମନା କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହି କାରଣକୁ ନେଇ ଅନୁପ କଳ୍ପନାଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ । ପ୍ରଥମେ କେବଳ କଳ୍ପନାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ନିଜର ବିଶ୍ୱସ୍ତ ଡ୍ରାଇଭର ଜରିଆରେ ହତ୍ୟା ଯୋଜନା ହୋଇଥିଲା । କଳ୍ପନାକୁ ବାହା ହେବାକୁ କହି ଅନୁପ ଛତିଶଗଡ଼ ରାୟଗଡ଼ ଆଣିଥିଲେ । ତେବେ ରାସ୍ତାରେ ଜଙ୍ଗଲରେ ଲୁହା ରଡରେ ପିଟି ହତ୍ୟା କରାଯାଇଥିଲା । ତେବେ ଝିଅ ଜାଣିଯିବା ପରେ ତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଉଭୟଙ୍କୁ ହତ୍ୟା କରି ରାସ୍ତାରେ ପକାଇ ଗାଡ଼ି ମଡ଼ାଯାଇଥିଲା । ସେମାନଙ୍କ ଉପରେ ବାରମ୍ବାର ଗାଡ଼ି ମଡ଼ାଇ ବିକୃତ କରାଯାଇଥିଲା । କେମିିତି ମିଳିଲା ସୁରାକ: ଅଭିଯୁକ୍ତ ଯାଏ ପୁଲିସ କେମିତି ପହଞ୍ଚିଲା ସେନେଇ ରାୟଗଡ଼ ଏସପି କହିଛନ୍ତି ଯେ, ଉଭୟ ମୃତକଙ୍କ ପରିଚୟ ଜାଣିବାକୁ ଆମେ ବହୁତ ଚେଷ୍ଟା କରିଛୁ । ଏଯାବତ ୬ଟି ରାଜ୍ୟରେ ୭୦୦ ଲୋକଙ୍କୁ ପଚରାଉଚୁରା କରିଛୁ । ଅନୁପ ସାଏଙ୍କ ମୋବାଇଲ କଲ ରେକର୍ଡ ଯାଞ୍ଚରୁ ବହୁ ତଥ୍ୟ ମିଳିଲା । ଅନୁପ ସେବେ ଯେଉଁ ନମ୍ବର ବ୍ୟବହାର କରୁଥିଲେ ଏବେ ବି ରଖିଛନ୍ତି । ରାସ୍ତାରେ ସେମାନେ ଅଟକି ଥିବା ଢାବାରେ ବି ଲୋକେ ସେମାନଙ୍କୁ ଦେଖିଥିଲେ । କଲ ରେକର୍ଡ ଯାଞ୍ଚ ଓ ଲୋକଙ୍କୁ ପଚରାଉଚୁରା କରି ତଥ୍ୟ ପାଇଲୁ । ଏବେ ଅନୁପଙ୍କ ନାର୍କୋ ଟେଷ୍ଟ କରାଯିବାକୁ ଆବେଦନ କରାଯିବ । ହତ୍ୟାରେ ଅନୁପ, ତାଙ୍କ ଡ୍ରାଇଭର ସହ ଅନ୍ୟ କିଛି ବ୍ୟକ୍ତି ସମ୍ପୃକ୍ତ ଥାଇପାରନ୍ତି । ନାର୍କୋ ଟେଷ୍ଟ ହେଲେ ଅଧିକ ତଥ୍ୟ ସାମ୍ନାକୁ ଆସି ପାରିବ ବୋଲି ଏସପି କହିଛନ୍ତି ।