୫୦,୦୦୦ ଟଙ୍କା ତଳକୁ ଖସିଲା ସୁନା ଦାମ

୫୦,୦୦୦ ଟଙ୍କା ତଳକୁ ଖସିଲା ସୁନା ଦାମ

୫୦,୦୦୦ ଟଙ୍କା ତଳକୁ ଖସିଲା ସୁନା ଦାମ
ନୂଆଦିଲ୍ଲୀ : ଗତ କିଛି ଦିନ ଧରି ସୁନା ମୂଲ୍ୟରେ ଯେଉଁ ହ୍ରାସର ଧାରା ଆରମ୍ଭ ହୋଇଥିଲା ତାହା ଜାରି ରହିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନାର ୧୦ ଗ୍ରାମ ପିଛା ଦାମ ୫୦ ହଜାର ଟଙ୍କାରୁ କମ ହୋଇଛି । ଡଲାର ଦାମରେ ବୃଦ୍ଧି ହେବା ଏବଂ କରୋନାରେ ଟିକା ଆସିବା ସମ୍ଭାବନା ଦୃଢ଼ୀଭୂତ ହେଉଥିବାରୁ ସୁନାର ଦାମ ହ୍ରାସ ପାଇବାରେ ଲାଗିଛି । ଏମସିଏକ୍ସରେ ସୁନା ମୂଲ୍ୟ ୫୭୨ ଟଙ୍କା ହ୍ରାସ ପାଇ ୪୯,୮୦୯ ଟଙ୍କାରେ ପହଞ୍ଚିଛି । ସେହି ସମୟରେ ରୂପାର କେଜି ପିଛା ଦର ୫୮.୯୪୯ ଟଙ୍କାକୁ ହ୍ରାସ ପାଇଛି । ଏମସିଏକ୍ସରେ କାରବାର ହେଉଥିବା ସୁନା ଓ ଗହଣା ଆକାରରେ ବିକି୍ର ହେଉଥିବା ସୁନା ମୂଲ୍ୟରେ ଅନେକ ଅନ୍ତର ରହିଛି । ମାତ୍ର ଏମସିଏକ୍ସର ଦାମରୁ ସୁନା ଦର କେଉଁ ଦିଗକୁ ଗତି କରୁଛି ତାହାର ଏକ ଆଭାସ ମିଳିଥାଏ ।