୩୧ ଆଗରୁ ବିଧାନସଭା
୩୧ ଆଗରୁ ବିଧାନସଭା
ଭୁବନେଶ୍ୱର: ମାର୍ଚ୍ଚ ୩୧ ପୁର୍ବରୁ ବସିବ ବିଧାନସଭା ଅଧିବେଶନ । ରାଜ୍ୟପାଳଙ୍କ ଅନୁମୋଦନ ପରେ ବସିବ ବିଧାନସଭା ଅଧିବେଶନ । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ଭାବେ ତାରିଖ ଘୋଷଣା କରାଯିବ । ଏହା ପରେ ଅଧିବେଶନ ଆରମ୍ଭ ହେବ । ଏନେଇ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ପ୍ରକାଶ କରିଛନ୍ତି ।
ସେ ମଧ୍ୟ କହିଛନ୍ତି ଯେ, ଯେଉଁ ସଦସ୍ୟ ମାନେ ଗୃହକୁ ଆସି ପାରିବେନି ତାଙ୍କ ପାଇଁ ଭିଡିଓ କନଫରେନ୍ସିଂର ବ୍ୟବସ୍ଥା କରାଯିବ । ବିଭିନ୍ନ ବିଲ୍ , ଆଲୋଚନା , ତାରକା ଚିହ୍ନିତ ପ୍ରଶ୍ନ, ପ୍ରଶ୍ନକାଳ ,ଶୂନ୍ୟକାଳ ରହିଛି। ସମସ୍ତଙ୍କୁ ନେଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବ ବୋଲି ବାଚସ୍ପତି ଆଶା ପ୍ରକାଶ କରିଛନ୍ତି।




admin 