୨୯ ରେ ହେବ ଲଘୁଚାପ

୨୯ ରେ ହେବ ଲଘୁଚାପ

୨୯ ରେ ହେବ ଲଘୁଚାପ
ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୯ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ସକ୍ରିୟ ହେବ । ଏହାର ପ୍ରଭାବରେ ପୂର୍ବ ଭାରତରେ ଅଧିକାଂଶ ସ୍ଥାନରେ ବର୍ଷା ହେବ । ଓଡ଼ିଶାକୁ ଏହା ପ୍ରଭାବିତ କରିବାର ସ୍ପଷ୍ଟ ସୂଚନା ନଥିଲେ ହେଁ ଏହାର ପ୍ରଭାବରେ ଓଡ଼ିଶାରେ ଝଡ଼ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ସମତେ ଅଧିକାଂଶ ଜିଲ୍ଲାରେ ୫୦ କି.ମିରୁ ଅଧିକ ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।