ରଥଯାତ୍ରାର ବାଟ ଫିଟାଇଲେ ଶଙ୍କରାଚାର୍ଯ୍ୟ

ରଥଯାତ୍ରାର ବାଟ ଫିଟାଇଲେ ଶଙ୍କରାଚାର୍ଯ୍ୟ

ରଥଯାତ୍ରାର ବାଟ ଫିଟାଇଲେ ଶଙ୍କରାଚାର୍ଯ୍ୟ
ପୁରୀ: ବିଧି ନିଶ୍ଚୟ ହେବ । ଶ୍ରୀମନ୍ଦିର ବାହାରେ ଯଦି କଟକଣା ଅଛି, ମେଘନାଦ ପାଚେରି ଭିତରେ ଆବଶ୍ୟକ ବିଧାନ କରି ମହାପ୍ରଭୁଙ୍କ କାର୍ଯ୍ୟ ସମାହିତ ହେଉ । ଦୀର୍ଘ ଅଢ଼େଇ ଘଣ୍ଟାର ଘମାଘୋଟ ଆଲୋଚନା ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଏଭଳି ନିର୍ଦ୍ଦେଶ ସମଗ୍ର ବିଶ୍ୱର ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତ କରିଛି । ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ପୁରୀ ଗୋବର୍ଦ୍ଧନ ପୀଠ ପରିସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ କୌଣସି କଟକଣାକୁ ଉଲ୍ଲଂଘନ ନ କରି ଅବଶ୍ୟ ବିଧି ପାଳନ ହେବ । ମହାପ୍ରଭୁଙ୍କ ରଥଯାତ୍ରା ସମ୍ପର୍କିତ ଅକ୍ଷୟତୃତୀୟା । ନୀତି ମେଘନାଦ ପାଚେରୀ ପରିସରରେ ଅନୁଷ୍ଠିତ ହେବ । ନିର୍ଦ୍ଦିଷ୍ଟ କେଉଁଠାରେ ଏହି କାର୍ଯ୍ୟ ହେବ, ତାଆ ଆଜି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ବଲବନ୍ତ ସିଂହ ସମ୍ପୃକ୍ତ ସେବାୟତଙ୍କ ସହ ଆଲୋଚନା କରାଯିବ । ପ୍ରତିବର୍ଷ ପ୍ରଭୁଙ୍କର ୨୧ ଦିନ ବାହାର ଚନ୍ଦନ ହୁଏ, ଚାପ କରାଯାଇଥାଏ । ପରେ ୨୧ ଦିନ ଭିତରେ ଚନ୍ଦନ ହୁଏ । ଏଥର ଯେହେତୁ କଟକଣା ଲାଗୁ ହୋଇଛି, ଏଣୁ ଶ୍ରୀମନ୍ଦିର ପରିସରରେ ହିଁ ଏହି ନୀତି କରାଯିବ । ତେବେ ଚାପ ଅନୁଷ୍ଠିତ ହେବ ନାହିଁ । ଚନ୍ଦନ ନୀତି ସମ୍ପର୍କରେ ଆବଶ୍ୟକ ଆଲୋଚନା କ୍ରମେ ବିଧିବଦ୍ଧ କାର୍ଯ୍ୟସୂଚୀ ବିଷୟରେ କୁହାଯିବ ।