୨୭ ଦିନ ପରେ ଜେଲ୍‌ରୁ ମୁକୁଳିଲେ ଆର୍ୟନ୍‌ ଖାନ୍

୨୭ ଦିନ ପରେ ଜେଲ୍‌ରୁ ମୁକୁଳିଲେ ଆର୍ୟନ୍‌ ଖାନ୍

୨୭ ଦିନ ପରେ ଜେଲ୍‌ରୁ ମୁକୁଳିଲେ ଆର୍ୟନ୍‌ ଖାନ୍
୨୭ ଦିନ ପରେ ଜେଲ୍‌ରୁ ମୁକୁଳିଲେ ଆର୍ୟନ୍‌ ଖାନ୍ ମୁମ୍ବାଇ: ଡ୍ରଗସ୍‌ ମାମଲାରେ ୨୭ ଦିନ ଧରି ଜେଲ୍‌ରେ ଥିବା ଶାହାରୁଖ ଖାନ୍‌ଙ୍କ ପୁଅ ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଜେଲ୍‌ରେ ମୁକୁଳିଛନ୍ତି। ଆର୍ଥର ରୋଡ୍‌ ଜେଲ୍‌ରୁ ତାଙ୍କୁ ଜାମିନ୍‌ରେ ଛଡ଼ାଯାଇଛି। ଆଜି ସକାଳୁ ତାଙ୍କୁ ନେବାକୁ ବାପା ଶାହରୁଖ ଖାନ୍‌ ଅପେକ୍ଷା କରିଥିଲେ। ଜେଲ୍‌ରୁ ମୁକୁଳିବା ପରେ କଡ଼ା ସୁରକ୍ଷା ମଧ୍ୟରେ ଆର୍ୟନଙ୍କୁ ନିଆଯାଇଛି। ଶାହରୁଖଙ୍କ ନିଜସ୍ବ ସୁରକ୍ଷା କର୍ମୀଙ୍କ କଡ଼ା ତତ୍ତ୍ବାବଧାନରେ ତାଙ୍କୁ ଜେଲ୍‌ରେ ନିଆଯାଇଛି। ଗୁରୁବାର ମୁମ୍ବାଇ ହାଇକୋର୍ଟରେ ଆର୍ୟନଙ୍କୁ ସର୍ତ୍ତମୂଳକ ଜାମିନ ଦିଆଯାଇଥିଲା। ଅଭିନେତ୍ରୀ ଜାମିନ୍‌ଦାର ଭାବେ ଦସ୍ତଖତ କରିଥିଲେ। ସୂଚନାଯୋଗ୍ୟ ଯେ ଗତକାଲି ଅନୁମାନ କରାଯାଉଥିବା ଆର୍ୟ୍ୟନଙ୍କୁ ଜେଲ୍‌ରୁ ଛଡ଼ାଯିବ। ମାତ୍ର କିଛି ଜରୁରୀ କାଗଜପତ୍ର କାମ ଯୋଗୁଁ ଗତକାଲି ତାଙ୍କୁ ଛଡ଼ା ଯାଇ ନଥିଲା। ଆଜି ପୂର୍ବାହ୍ନରେ ସମସ୍ତ ଜରୁରୀ କାମ ଶେଷ ହେବା ପରେ ଆର୍ୟନଙ୍କୁ ଖଲାସ କରାଯାଇଥିଲା। ସକାଳୁ ଆଜି ଆର୍ଥର ରୋଡ୍‌ କୋର୍ଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଟ୍ରାଫିକ୍‌ ନିୟନ୍ତ୍ରଣ କରିବାରେ ନାକେଦମ ହୋଇଥିଲା। ୨୩ ବର୍ଷୀୟ ଆର୍ୟ୍ୟନଙ୍କୁ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ୩ ତାରିଖରେ ଗିରଫ କରିଥିଲା। ଏହାପରେ ୮ ତାରିଖରୁ ସେ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ରହିଥିଲେ। ଗୁରୁବାର ତାଙ୍କୁ ବମ୍ବେ ହାଇକୋର୍ଟ ଜାମିନ ଦେଇଥିବା ବେଳେ ଶନିବାର ସକାଳେ ସେ ଜେଲରୁ ବାହାରିଛନ୍ତି। ପ୍ରକୃତରେ ଆର୍ୟ୍ୟନ ଶୁକ୍ରବାର ଜେଲରୁ ବାହାରିବାର ଥିଲା। କିନ୍ତୁ ତାଙ୍କ ଲିଗାଲ ଟିମ ଜେଲ୍ର ସମୟ ସନ୍ଧ୍ୟା ୫.୩୦ ସୁଦ୍ଧା ରିଲିଜ୍ ଅର୍ଡର ଉପସ୍ଥାପନ କରି ପାରି ନଥିଲେ। ଫଳରେ ଆର୍ୟ୍ୟନଙ୍କୁ ଆଉ ଗୋଟିଏ ରାତି ଜେଲରେ ରହିବାକୁ ପଡ଼ିଥିଲା। ଆଜି ଭୋର ୫.୩୦ରେ ଜେଲ କର୍ତ୍ତୃପକ୍ଷ ରିଲିଜ୍ ଅର୍ଡର ପକା ଯାଉଥିବା ବକ୍ସକୁ ଖୋଲିଥିଲେ। ଏଥିରେ ଥିବା ୬ରୁ ୭ଟି ରିଲିଜ୍ ଅର୍ଡରକୁ ନିଜ ସହ ନେଇଥିଲେ। ଏହା ମଧ୍ୟରେ ଆର୍ୟ୍ୟନ ଖାନ ଓ ତାଙ୍କ ବନ୍ଧୁ ଅରବାଜ ମରାଚାଣ୍ଟଙ୍କ ଜାମିନ ଅର୍ଡର ମଧ୍ୟ ରହିଥିଲା। ଜେଲ କର୍ତ୍ତୃପକ୍ଷ ରିଲିଜ୍ ଅର୍ଡର ପାଇବା ପରେ କାଗଜାତ କାମ ଆରମ୍ଭ କରିଥିଲେ। ଏଥିପାଇଁ ପ୍ରାୟ ୨ରୁ ୩ ଘଣ୍ଟା ସମୟ ଲାଗିଥିଲା। ଶେଷ କରିଥିଲେ। ଏହାପରେ ଆର୍ୟ୍ୟନ ଜେଲରୁ ଖଲାସ ହୋଇଛନ୍ତି। ଆର୍ୟ୍ୟନଙ୍କୁ ଜେଲରୁ ଆଣିବା ପାଇଁ ଶାହରୁଖଙ୍କ ମନ୍ନତ ସ୍ଥିତ ବାସଭବନରୁ ୩ଟି ଏସ୍ୟୁଭି ଯାଇଥିଲା। ଏଥିରେ ଶାହରୁଖ ଓ ତାଙ୍କ ମ୍ୟାନେଜର ପୂଜା ରହିଥିଲେ। ଆର୍ୟ୍ୟନଙ୍କ ସହ ଅରବାଜ ଓ ମୁନମୁନ ଧମେଚାଙ୍କୁ ଗୁରୁବାର ବମ୍ବେ ହାଇକୋର୍ଟ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଜାମିନ ଦେଇଛନ୍ତି ଜାମିନ ପାଇଥିଲେ ମଧ୍ୟ ଏମାନେ ବିନା ଅନୁମତିରେ ବିଦେଶ ଗସ୍ତ କରିପାରିବେ ନାହିଁ। ସେହିପରି ପ୍ରତି ଶୁକ୍ରବାର ଦିନ ୧୧ଟାରୁ ୨ଟା ମଧ୍ୟରେ ଏମାନଙ୍କୁ ଏନସିବି କାର୍ୟ୍ୟାଳୟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ଶୁକ୍ରବାର ବମ୍ବେ ହାଇକୋର୍ଟ ୧୪ଟି ସର୍ତ୍ତ ସହ ୫ ପୃଷ୍ଠାର ଜାମିନ ନିର୍ଦ୍ଦେଶ ଜାରି କରିଥିଲେ। ଏହାକୁ ଧରି ଆର୍ୟ୍ୟନଙ୍କ ଲିଗାଲ ଟିମ୍ ଏନଡିପିଏସ୍ କୋର୍ଟରେ ପହଞ୍ଚିଥିଲା। ସେଠାରେ ଆର୍ୟ୍ୟନଙ୍କ ଜାମିନ ପାଇଁ ଅଭିନେତ୍ରୀ ଜୁହି ଚାୱଲା ୧ ଲକ୍ଷ ଟଙ୍କାର ସ୍ୟୁରିଟି ବଣ୍ଡ ଦାଖଲ କରିଥିଲେ। ହେଲେ ସ୍ୟୁରିଟି ଦାଖଲ କରିବା ବେଳେ ଜୁହି ଫଟୋ ଦେବାକୁ ଭୁଲି ଯାଇଥିବାରୁ କୋର୍ଟ ରିଲିଜ୍ ଅର୍ଡର ଜାରି କରିବାରେ ବିଳମ୍ବ କରିଥିଲେ। ଶେଷରେ ଫଟୋ ଦାଖଲ ହେବା ପରେ କୋର୍ଟ ଆର୍ୟ୍ୟନଙ୍କ ରିଲିଜ୍ ଅର୍ଡର ତାଙ୍କ ଲିଗାଲ ଟିମ୍କୁ ଦେଇଥିଲେ। ସେଠାରୁ ଏହି ରିଲିଜ ଅର୍ଡର ଆର୍ଥର ରୋଡ୍ରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ୫.୩୦ ଅତିକ୍ରମ କରି ସାରିଥିଲା। ଜେଲର ନିୟମ ଅନୁଯାୟୀ, ସନ୍ଧ୍ୟା ୫.୩୦ ପରେ କୌଣସି କଏଦୀଙ୍କ ରିଲିଜ୍ ଅର୍ଡର ଗ୍ରହଣ କରାଯିବ ନାହିଁ। ଫଳରେ ସେଠାରେ ଥିବା ବକ୍ସରେ ଆର୍ୟ୍ୟନଙ୍କ ଲିଗାଲ ଟିମ୍ ରିଲିଜ୍ ଅର୍ଡରକୁ ରଖି ନିରାଶରେ ଘରକୁ ଫେରିଥିଲେ। ଆଜି ସକାଳୁ ବକ୍ସ ଖୋଲିବା ସହ ଆର୍ୟ୍ୟନ ଜେଲରୁ ବାହାରିଛନ୍ତି।