୨୫ରେ ସୁନନ୍ଦାଙ୍କୁ ବିବାହ କରିବେ ପ୍ରଜ୍ଞା

୨୫ରେ ସୁନନ୍ଦାଙ୍କୁ ବିବାହ କରିବେ ପ୍ରଜ୍ଞା

୨୫ରେ ସୁନନ୍ଦାଙ୍କୁ ବିବାହ କରିବେ ପ୍ରଜ୍ଞା

ଭୁବନେଶ୍ୱର: ଓଡିଶାର ଲୋକପ୍ରିୟ ଅଭିନେତା ପ୍ରାଜ୍ଞା ରଞ୍ଜନ ଖଟୁଆ ବିବାହ କରିବେ। ଏଥିପାଇଁ ତାରିଖ ବି ନିର୍ଦ୍ଧାରିତ ହୋଇଯାଇଛି।  ଅନେକ ଓଡିଆ ଫିଲ୍ମ ଓ ଶୋ’ରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିପାରିଛନ୍ତି ସେ । ଏହା ବାଦ୍ ସେ ଜଣେ ସ୍ନେହୀ ଓ ମିଷ୍ଠ ଭାଷି ମଣିଷ । 

ତେବେ ଚଳିତ ମାସରେ ପ୍ରଜ୍ଞାଙ୍କ ଘରେ ବାଜିବ ସାହାନାଇ । ପ୍ରଜ୍ଞାଙ୍କର ପଡିବ ହାତ  ଗଣ୍ଠି । ହାତକୁ ଦିହାତ ହେବେ  ଓଡିଶାର ଲୋକପ୍ରିୟ ଅଭିନେତା ପ୍ରଜ୍ଞା ରଂଜନ ଖଟୁଆ ।   ଆସନ୍ତା ଜାନୁୟାରୀ ୨୫ ତାରିଖରେ ସେ ବିବାହ କରିବାକୁ ଯାଉଛନ୍ତି । 

 ସେ ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ସୁନନ୍ଦାଙ୍କୁ ବିବାହ କରିବାକୁ ଯାଉଛନ୍ତି । ନିକଟରେ ତାଙ୍କ ନିର୍ବନ୍ଧ ସରିଥିବା ବେଳେ ଜାନୁୟାରୀ ୨୫ରେ ତାଙ୍କ ବିବାହ ଅନୁଷ୍ଠିତ ହେବାକୁ ଯାଉଛି ।  ଏଥିପାଇଁ ସମସ୍ତଙ୍କ ମନରେ ଉକôଣ୍ଠା ପ୍ରକାଶ ପାଇଛି । 

ସୂଚନା ଥାଉକି ପ୍ରଜ୍ଞା ସଙ୍ଗୀତ ଏକାଡେମିରୁ ପାଠ ପଢି ଅଭିନୟ ଜଗତରେ ପାଦ ଥାପିଥିଲେ । ସବୁ ପ୍ରକାର ଚରିତ୍ରରେ ଜୀବନ୍ତ ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଛନ୍ତି ସେ । ଉଭୟ ସୁନନ୍ଦା ଓ ପ୍ରଜ୍ଞା ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । 

ନୂଆବର୍ଷରେ ଦର୍ଶକଙ୍କୁ ବାର୍ତ୍ତା ଦେବା ଅବସରରେ ପ୍ରଜ୍ଞାଙ୍କ ସାଙ୍ଗ ଶଙ୍କର କହିଥିଲେ, ମୋ ସାଙ୍ଗ ଚଳିତ ବର୍ଷ ବିବାହ କରିବାକୁ ଯାଉଛି । ଭଗବାନ ତା’ର ଆଗାମୀ ଜୀବନ ସୁଖମୟ କରନ୍ତୁ ।