୨୫କୁ ଘୁଂଚିଲା ଅଯୋଧ୍ୟା ଶୁଣାଣି

୨୫କୁ ଘୁଂଚିଲା ଅଯୋଧ୍ୟା ଶୁଣାଣି

୨୫କୁ ଘୁଂଚିଲା ଅଯୋଧ୍ୟା ଶୁଣାଣି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି କରାଯାଇଛି । ମଧ୍ୟସ୍ଥତା ଉପରେ ରୋକ ଲଗାଇବାକୁ ହୋଇଥିବା ମାମଲା ଉପରେ ଶୁଣାଣି ହୋଇଛି । ମଧ୍ୟସ୍ଥତା ପ୍ୟାନେଲକୁ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି । ଜୁଲାଇ ୧୮ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲା ଉପରେ ପରବର୍ତୀ ଶୁଣାଣି ଜୁଲାଇ ୨୫ ରେ କରାଯିବ । ତେବେ ସୁପ୍ରିମ୍‌କୋର୍ଟ ପ୍ରକାଶ କରିଥିଲେ ମଧ୍ୟସ୍ଥଙ୍କ ଦିଆଯାଇଥିବା ସମୟ ସୀମା ସରିବାକୁ ଯାଉଛି। ଏହାର ରିପୋର୍ଟ ଜୁଲାଇ ୧୮ରେ ଦାଖଲ କରାଯିବ। ଏହାପରେ ଓପନକୋର୍ଟରେ ଏହି ମାମଲାର ଶୁଣାଣି ପ୍ରତିଦିନ କରାଯିବ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସୂଚିତ କରିଛନ୍ତି।