୨୪ ଘଂଟାରେ ୩୫୫ କୋରନା ଆକ୍ରାନ୍ତ ମୃତ

୨୪ ଘଂଟାରେ ୩୫୫ କୋରନା ଆକ୍ରାନ୍ତ ମୃତ

୨୪ ଘଂଟାରେ ୩୫୫  କୋରନା ଆକ୍ରାନ୍ତ ମୃତ
ନୂଆଦିଲ୍ଲୀ : ଦେଶରେ କିଛି ସପ୍ତାହ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ହ୍ରାସ ପାଉଥିବା ଦେଖାଯାଇଥିଲା। ମାତ୍ର ପୁନଃ ଏଥିରେ ପୁଣି ବୃଦ୍ଧି ହୋଉଛି। ଦେଶରେ ୨୪ ଘଂଟାରେ ୩୫୫ ଜଣ ମୃତୁ୍ୟବରଣ କରିଛନ୍ତି । ଏହା ସହ ଦେଶରେ କରୋନା ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୪୪ ହଜାର ୪୫୧କୁ ବୃଦ୍ଧି ପାଇଛି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ଲକ୍ଷ ୫୬ ହଜାର ୫୫୮କୁ ବୃଦ୍ଧି ପାଇଛି । ଦେଶରେ ୨୪ ଘଂଟାରେ ୨୪,୦୧୦ ନୂଆ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଲକ୍ଷ ୨୨ ହଜାର ୩୬୬ ସକ୍ରିୟ ଆକ୍ରାନ୍ତ ଚିକିସ୍ଥାଧୀନ ଅବସ୍ଥାରେ ରହିଥିବା ବେଳେ ୯୪ ଲକ୍ଷ ୮୯ ହଜାର ୭୪୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।