୨୧ ହିରୋ ତାଲିକାରେ ଅରୁଣ ବୋଥ୍ରା

୨୧ ହିରୋ ତାଲିକାରେ ଅରୁଣ ବୋଥ୍ରା

୨୧ ହିରୋ ତାଲିକାରେ ଅରୁଣ ବୋଥ୍ରା
ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ସାରା ବିଶ୍ୱରେ ଲକଡାଉନ ଓ ସଟଡାଉନ ସ୍ଥିତି ଉପୁଜିଥିବା ବେଳେ ତକ୍ରାଳୀନ ପରିବହନ ବ୍ୟବସ୍ଥାକୁ ଯେଉଁମାନେ ନୂଆ ରୂପ ଦେଇଥିଲେ, ସେମାନଙ୍କୁ ୨୦୨୧ ର ୨୧ ହିରୋ ସମ୍ମାନ ଦେଇଛି ବିଶ୍ୱସ୍ତରୀୟ ସଂଗଠନ ଟ୍ରାନ୍ସଫରମେଟିଭ ଅର୍ବାନ ମୋବିଲିଟି ଇନସିଏଟିଭ (ଟୁମି) । ଏହି ତାଲିକାରେ ସାରା ବିଶ୍ୱରୁ ୨୧ ଜଣ ଅଧିକାରୀ ଥିବାବେଳେ ଭାରତରୁ ୨ ଜଣ ଅଛନ୍ତି । ସେମାନେ ହେଲେ ଓଏସଆରଟିସିର ମୁଖ୍ୟ ପରିଚାଳନା ନିଦେ୍ର୍ଧଶକ ଏବଂ କ୍ରୁଟର ପରିଚାଳନା ନିଦେ୍ର୍ଧଶକ ଅରୁଣ ବୋଥ୍ରା ଏବଂ କୋଚିର ପୂର୍ବତନ ମେୟର ସୌମିନି ଜୈନ । କରୋନା ସଂକ୍ରମଣ ସମୟରେ ଶ୍ରୀ ବୋଥ୍ରାଙ୍କ ନେତୃତ୍ୱରେ ବହୁତ ସଚେତନାମୂଳକ ପଦକ୍ଷେପ ନିଆଯାଇଥିଲା । ମୋ ବସରେ ଯେତିକି ସିଟ୍ ସେତିକି ଯାତ୍ରୀ ଯାତାୟାତ କରିବା, ବସକୁ ନିୟମିତ ବ୍ୟବଧାନରେ ବିଶୋଧନ କରିବା, ବିନା ମାସ୍କରେ ଯାତ୍ରୀଙ୍କୁ ନ ଉଠାଇବା, ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବା, ଟିକେଟ ପାଇଁ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା କରିବା ଭଳି ତାଙ୍କ ନୂତନ ପଦକ୍ଷେପ ନିଆରା ଥିଲା । କେବଳ ସେତିକି ନୁହେଁ, ଗାଡ଼ି ଚଳାଚଳ କରୁଥିବା ବେଳେ ୧୨୦୦ ରୁ ଅଧିକ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ଅନଲାଇନ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହା ମଧ୍ୟ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପଦକ୍ଷେପ ଥିଲା ।