୨୦ ରେ ହେବ ବାତ୍ୟା

୨୦ ରେ ହେବ ବାତ୍ୟା

୨୦ ରେ ହେବ ବାତ୍ୟା
ଭୁବନେଶ୍ୱର: ଆସୁଛି ବାତ୍ୟା । ଧୀରେ ଧୀରେ ଘନୀଭୂତ ହୋଇ ବଳ ଜୁଟାଉଛି । ପ୍ରାଥମିକ ଆକଳନ କହୁଛି ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆସିପାରେ । ଉତ୍ତର ଓଡ଼ିଶା ଉପକୂଳ କିମ୍ବା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗରେ ବାତ୍ୟା ମାଡ଼ ହେବା ଆଶଙ୍କା ଅଧିକ । ଆସନ୍ତା ୧୯ କିମ୍ବା ୨୦ ତାରିଖରେ ବାତ୍ୟା ଉପକୂଳ ଛୁଇଁପାରେ । ଏହା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ସହ ୮୦ ରୁ ୧୦୦ କିଲୋମିଟର ବେଗରେ ପବନ ମାଡ଼ ହୋଇପାରେ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନଟ (ୱେଲ ମାର୍କଡ) ରୂପ ନେଇଛି । ଏହା ୧୫ ତାରିଖରେ ଅବପାତ ରୂପ ନେବ । ଆହୁରି ଘନୀଭୂତ ହୋଇ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବ । ୧୭ ତାରିଖ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ପରେ ବୁଲିଯିବ ଉତ୍ତର-ଉତ୍ତର ପୂର୍ବ ଦିଗ ଆଡକୁ । ୧୮ ରୁ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହେବ । ପ୍ରଥମେ ଦକ୍ଷିଣ ଓଡ଼ିଶା ଉପକୂଳରେ ବର୍ଷା ସାଙ୍ଗକୁ ୪୦-୫୦ କିମି ବେଗରେ ପବନ ବହିବ । ପବନର ଧକ୍କା ମଝିରେ ମଝିରେ ୬୦ କିମି ଛୁଇଁପାରେ । ୧୯ ତାରିଖରେ ବାତ୍ୟା ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖରେ ଥିବ । ଏହା ପ୍ରଭାବରେ ଓଡ଼ିଶା ଉପକୂଳରେ ୬୦-୭୦ କିମି ବେଗରେ ପବନ ବହିପାରେ ।