୧୮ରୁ ଲୋକସେବା ଭବନ ଯାଇ ପାରିବେ ସାମ୍ବାଦିକ, ସାଧାରଣ ଲୋକ

୧୮ରୁ ଲୋକସେବା ଭବନ ଯାଇ ପାରିବେ ସାମ୍ବାଦିକ, ସାଧାରଣ ଲୋକ

୧୮ରୁ ଲୋକସେବା ଭବନ ଯାଇ ପାରିବେ ସାମ୍ବାଦିକ, ସାଧାରଣ ଲୋକ

ଭୁବନେଶ୍ୱର : ଆସନ୍ତା ଅପ୍ରେଲ ୧୮ରୁ ସାଧାରଣ ଜନତା ଓ ସାମ୍ବାଦିକମାନେ ଲୋକସେବା ଭବନ ଯାଇପାରିବେ  । ସାଧାରଣ ଲୋକେ ଅନଲାଇନରେ ପାଶ ନେଇ ଲୋକସେବା ଭବନକୁ ଯାଇପାରିବେ  । ଅପରପକ୍ଷରେ ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସ୍ୱୀକୃତିପ୍ରାପ୍ତ ବା ଆକ୍ରିଡ଼ିଏଟେଡ଼ ସାମ୍ବାଦିକମାନେ  ଲୋକସେବା ଭବନ ଯାଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି  ।

ଆଜି ଏସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି  । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ତଥା ଓଏସଡ଼ି ପିସି ପ୍ରଧାନ ଏସଂକ୍ରାନ୍ତରେ ସମସ୍ତ ବିଭାଗଗୁଡ଼ିକୁ ଅବଗତ କରାଇଛନ୍ତି  । କରୋନା କଟକଣା କୋହଳ ହେବା ପରେ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନର ରିସେପ୍ସନ କାଉଂଟରଗୁଡ଼ିକ ଆସନ୍ତା ୧୮ରଅପ୍ରେଲ ୧୮ରୁ ପୂର୍ଣ୍ଣ କାର୍ୟ୍ୟକ୍ଷମ ହେବ  । ଫଳରେ କାଉଂଟରରୁ ଅନଲାଇନ ପାଶ ସଂଗ୍ରହ କରି ସାଧାରଣ ଜନତା ନିଜ ନିଜ କାମରେ ଲୋକସେବା ଭବନ ଯାଇପାରିବେ  । ଏହାଛଡ଼ା ସଚିବାଳୟ ମଧ୍ୟକୁ ଆକ୍ରିଡ଼ିଏଟେଡ଼ ଜର୍ଣ୍ଣାଲିଷ୍ଟମାନଙ୍କୁ ପ୍ରବେଶ ଅନୁମତି ମିଳିବ  ।

ସୂଚନାଯୋଗ୍ୟଯେ, ସଚିବାଳୟକୁ ସାମ୍ବାଦିକମାନଙ୍କୁ ପ୍ରବେଶ ଅନୁମତି ନଥିବାରୁ ସରକାର ସମାଲୋଚିତ ହୋଇଥିଲେ  । ଏନେଇ ବହୁ ସାମ୍ବାଦିକ ସଂଘ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା  । ସେହିପରି ଦଳମତ ନିର୍ବିଶେଷରେ ବିଧାୟକମାନେ ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଥିଲେ  ।