୧୧ ପୁଲିସ କର୍ମଚାରୀ ନିଲମ୍ବିତ

୧୧ ପୁଲିସ କର୍ମଚାରୀ ନିଲମ୍ବିତ

୧୧ ପୁଲିସ କର୍ମଚାରୀ ନିଲମ୍ବିତ

ନୂଆଦିଲ୍ଲୀ: ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲାରେ କର୍ତ୍ତବ୍ୟରେ ହେଳା କରିଥିବା ଦର୍ଶାଇ ୧୧ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଗତ ଡିସେମ୍ବର ୩୧ ରାତିରେ ଅଞ୍ଜଳି ସିଂହ ନାମକ ମହିଳାଙ୍କୁ ଏକ କାର୍‌ ଧକ୍କା ଦେଇଥିଲା। ଅଞ୍ଜଳିଙ୍କୁ କାର୍‌ ଧକ୍କା ଦେବା ସହ ତାଙ୍କ ଶରୀରକୁ ୧୨ କିମି ପର୍ୟ୍ୟନ୍ତ ଘୋଷାରି ନେଇଥିଲା। ଫଳରେ ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାର ତଦନ୍ତ ପାଇଁ ଦିଲ୍ଲୀ ପୁଲିସ ତରଫରୁ ସ୍ବତନ୍ତ୍ର କମିସନର ଶାଳିନୀ ସିଂହଙ୍କୁ ନେତୃତ୍ବରେ ଏକ କମିଟି ଗଠନ କରାଯାଇଥିଲା। ଇତିମଧ୍ୟରେ କମିଟି ନିଜ ରିପୋର୍ଟ ପ୍ରଦାନ କରି ସାରିଛନ୍ତି। ରିପୋର୍ଟ ଆଧାରରେ ସେହିଦିନ ଦୁର୍ଘଟଣା ଘଟିଥିବା ସୁଲତାନପୁରୀରୁ ଖଞ୍ଝାୱାଲା ମଧ୍ୟରେ ପିସିଆର ଓ ତଦଖି ଦାୟିତ୍ବରେ ଥିବା ୧୧ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଦିଲ୍ଲୀ ପୁଲିସକୁ ନିର୍ଦେଶ ଦିଆଯାଇଥିଲା। ଘଟଣାଦିନ ତନଖି ଦାୟିତ୍ବରେ ଥିବା ୫ଜଣ ଓ ପିସିଆର୍‌ ଭ୍ୟାନ୍‌ ଦାୟିତ୍ବରେ ଥିବା ୬ଜଣଙ୍କୁ ନିଲମ୍ବିତ କରାଯାଇଥିବା ଦିଲ୍ଲୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ଦୁଇଜଣ ସବ୍‌ଇନ୍ସପେକ୍ଟର, ୪ଜଣ ସହକାରୀ ସବ୍‌ଇନ୍ସପେକ୍ଟର, ୪ଜଣ ହେଡ୍‌ କନଷ୍ଟେବଳ ଓ ଜଣେ କନଷ୍ଟେବଳ ରହିଛନ୍ତି। ସେହିପରି ପିସିଆର୍‌ ଭ୍ୟାନ୍‌ ଓ ତଦଖି କାର୍ୟ୍ୟରେ ମୁତୟନ ଥିବା ପୁଲିସ କର୍ମଚାରୀଙ୍କ ଉପରିସ୍ଥ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଦିଲ୍ଲୀ ପୁଲିସକୁ ନିର୍ଦେଶ ଦିଆଯାଇଛି।