୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରିଷ୍ଠ କିରାଣୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍

୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରିଷ୍ଠ କିରାଣୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍

୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରିଷ୍ଠ କିରାଣୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଲେ ବରିଷ୍ଠ କିରାଣୀ। ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର କୁମାର ସେଠୀ ଛୁଟି ଦରମା କରାଇଦେବା ପାଇଁ ଜଣେ ପଶୁ ଡାକ୍ତରଙ୍କ ଠାରୁ ୧୦ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଶ୍ରୀ ସେଠୀଙ୍କ କାର୍ୟ୍ୟାଳୟ ସମେତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି।

ସୂଚନା ମୁତାବକ ଆଜି ସକାଳେ ଡ଼ ଶୁଭାଶିଷଙ୍କ ନିକଟରୁ କାର୍ୟ୍ୟାଳୟରେ ୧୦ ହଜାର ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ମାଡି ବସିଥିଲା। ଭିଜିଲାନ୍ସ ର ଟିମ ତାଙ୍କର ଚମ୍ପୁଆ ସରକାରୀ କାର୍ୟ୍ୟାଳୟ , ବାସ ଭବନ ସମେତ ଯାଜପୁର ଜିଲ୍ଲାର ନିଜ ଘରେ ମଧ୍ୟ ଏକ କାଳୀନ ଚଢ଼ାଉ କରାଯାଉଛି।