୧୦ ଦିନ ବନ୍ଦ ରହିବ ଭିତରକନିକା, ଜାଣନ୍ତୁ କାରଣ
୧୦ ଦିନ ବନ୍ଦ ରହିବ ଭିତରକନିକା, ଜାଣନ୍ତୁ କାରଣ
କେନ୍ଦ୍ରାପଡ଼ା: ଆସନ୍ତା ୧୦ ଦିନ ଭିତରକନିକାକୁ ପର୍ୟ୍ୟଟକଙ୍କ ପାଇଁ ବନ୍ଦ କରାଯିବ। ଜାନୁଆରୀ ୨ରୁ ୧୧ ତାରିଖ ପର୍ୟ୍ୟନ୍ତ ଏହି ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି। ପ୍ରତିବର୍ଷ ଭଳି ଆସନ୍ତା ବର୍ଷ ଭିତରକନିକାରେ କୁମ୍ଭୀର ଗଣନା କରାଯିବ। ଭିତରକନିକା ଜାତୀୟ ଉଦ୍ୟାନ ଓ ଏହା ବାହାରେ ଥିବା ନଦୀ,ନାଳ ଗୁଡ଼ିକରେ କୁମ୍ଭୀର ମାନଙ୍କର ଗଣନା କରାଯିବ। ଉଭୟ ଦିନରେ ଓ ରାତିରେ କୁମ୍ଭୀର ଗଣନା କାର୍ୟ୍ୟ କରାଯିବ। କୁମ୍ଭୀର ବିଶାରଦ ଡା. ସୁଧାକର କରଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀମାନେ କୁମ୍ଭୀର ଗଣନା କାର୍ୟ୍ୟରେ ନିୟୋଜିତ ହେବେ। କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନକୁ କୌଣସି ପର୍ୟ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ।
୨୦୨୧ର ଗଣନା ଅନୁସାରେ ଭିତରକନିକାରେ ୧୭୬୮ଟି ବଉଳା କୁମ୍ଭୀର ଅଛନ୍ତି। ଏବେ ଏହି ସଂଖ୍ୟା ବଢ଼ିଥିବ ବୋଲି ଆଶା କରାଯାଉଥିବା ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି।




admin 