ୟୁକ୍ରେନ୍‌ରୁ ଆଜି ସ୍ବଦେଶ ଫେରିବେ ୨୨୦୦ ଭାରତୀୟ

ୟୁକ୍ରେନ୍‌ରୁ ଆଜି ସ୍ବଦେଶ ଫେରିବେ ୨୨୦୦ ଭାରତୀୟ

ୟୁକ୍ରେନ୍‌ରୁ ଆଜି ସ୍ବଦେଶ ଫେରିବେ ୨୨୦୦ ଭାରତୀୟ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ଲାଗୁନି। ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରିଛି । ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ସବୁଠି ହା ହା କାର ପରିସ୍ଥିତି । ଏହି ଯୁଦ୍ଧ ପରିସ୍ଥିତିକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି । ଚାଲିଥିବା ଏହି ଭୟଙ୍କର ଯୁଦ୍ଧ ୧୧ ଦିନରେ ପହଞ୍ଚିଥିଲେ ବି ଥମିବାର ନାଁ ଧରୁନି । ଦିନ ଯେତେ ବଢୁଛି, ଋଷିଆର ତାଣ୍ଡବ ୟୁକ୍ରେନ ଉପରେ ସେତେ ତୀବ୍ର ହେବାରେ  ଲାଗିଛି । ୟୁକ୍ରେନ ଉପରେ ଋଷିଆ କରୁଛି ମିଶାଇଲ ବର୍ଷା । ଜଳୁଛି ୟୁକ୍ରେନ ସହର, ଥରି ଉଠୁଛି ମାଟି । 

 ଅନ୍ୟପଟେ ୟୁକ୍ରେନରେ ଫସିଥିବା ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଅପରେଶନ୍-ଗଙ୍ଗା ଜାରି ରହିଛି । ଗତକାଲି ୟୁକ୍ରେନରେ ଫସିଥିବା ପ୍ରାୟ ୩ହଜାର ଭାରତୀୟଙ୍କୁ ୧୫ଟି ବିମାନରେ ସ୍ୱଦେଶ ଫେରାଇ ଅଣାଯାଇଥିଲା । ଆଜି ୟୁକ୍ରେନ ଯୁଦ୍ଧରେ ଫସି ରହିଥିବା ପ୍ରାୟ ୨୨୦୦ଭାରତୀୟଙ୍କୁ ନେଇ ୧୧ଟି ବିମାନ ସ୍ୱଦେଶ ଫେରିବ ବୋଲି ଜଣାପଡିଛି । 

ସୂଚନା ଅନୁସାରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ପଡୋଶୀ ଦେଶ ରୋମାନିଆ, ହେଙ୍ଗେରୀ, ସ୍ଲୋଭାକିୟା ଓ ପୋଲାଣ୍ଡ ବାଟ ଦେଇ ଉଦ୍ଧାର କରାଯାଉଛି । ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ ଶନିବାର ହେଙ୍ଗେରୀ ବୁଦାପେଷ୍ଟରୁ ୫, ରୋମାନିଆର ସୁସେଆୱାରୁ ୪, ସ୍ଲୋଭାକିୟାର କୌକରୁ ୧ ଓ ପୋଲାଣ୍ଡର ରଜେଜାଁରୁ ୨ଟି ବିମାନ ଭାରତୀୟଙ୍କୁ ନେଇ ସ୍ୱଦେଶ ଫେରିଥିଲା ।