ହ୍ୱାଟସଆପ ୟୂନିଭରସିଟିକୁ ବିଶ୍ୱାସ କରନି : ପ୍ରଦୀପ ଜେନା
ହ୍ୱାଟସଆପ ୟୂନିଭରସିଟିକୁ ବିଶ୍ୱାସ କରନି : ପ୍ରଦୀପ ଜେନା
ଭୁବନେଶ୍ୱର : ରାଜ୍ୟ ସରକାର ନୂଆ କରୋନା ଗାଇଡ଼ଲାଇନ ଜାରି କରିଛନ୍ତି । ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।
ଡେଲଟା ତୁଳନାରେ ଓମିକ୍ରନ ସଂକ୍ରମଣର ହାର ୩ ଗୁଣା ଅଧିକ ରହିଛି । ଅନ୍ୟ କେତେକ ରାଜ୍ୟ ଭଳି ଏବେ ଆମ ରାଜ୍ୟରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତକାଲି ତୁଳନାରେ ଆଜି କରୋନା ସଂକ୍ରମଣ ୭୯% ବୃଦ୍ଧି ପାଇଛି । ଆମ ଦେଶରେ ନୂଆ ଲହରର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆମେ ଏକଜୁଟ ହୋଇ କରୋନାର ମୁକାବିଲା ନକଲେ ରାଜ୍ୟର ବହୁ କ୍ଷତି ଘଟିବାର ଆଶଙ୍କା ରହିଛି । ଦ୍ୱିତୀୟ ଲହରରେ ଆମେ ଅନେକ କ୍ଷତି ସହିଛେ । ତେଣୁ ସମ୍ଭାବ୍ୟ ତୃତୀୟ ଲହର ଆରମ୍ଭରୁ ଆମେ ସମସ୍ତେ ସଚେତନ ନହେଲେ ଆମକୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ । ଯେଉଁମାନେ ଦୁଇଟି ଡୋଜ ଟିକା ନେଇଛନ୍ତି ସେମାନେ ବି ସଂକ୍ରମଣ ହେଉଥିବାର ନଜିର ରହିଛି । କୋଭିଡ଼ ଯୁଦ୍ଧରେ ବିଜୟୀ ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ନିୟମିତ ଭାବେ ହାତ ଧୋଇବା ଦରକାର । ଏହି ତିନୋଟି ମୂଳମନ୍ତ୍ରକୁ ଆମେ ପାଳନ କରିବା ସହ ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ଟିକା ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସାମାଜିକ ଗଣମାଧ୍ୟମରୁ ଗୁଜବକୁ ବିଶ୍ୱାସ ନକରି ସରକାରଙ୍କ ନିର୍ଦ୍ଦେଶନାମା ଓ ପରାମର୍ଶ ମାନିବାକୁ ଶ୍ରୀ ଜେନା କହିଛନ୍ତି ।




admin 