ହାଇୱା ଧକ୍କାରେ ଚାଲିଗଲା ୨ ଜୀବନ
ହାଇୱା ଧକ୍କାରେ ଚାଲିଗଲା ୨ ଜୀବନ
ନୂଆପଡା: ନୂଆପଡା ଜିଲ୍ଲା ସିନାପାଲି ଥାନା ନିଲଜୀ ଗାଁ ନିକଟ ବିଜୁ ଏକ୍ସପ୍ରେସ ରାସ୍ତାରେ ହାଇୱା ଧକ୍କାରେ ୨ ବାଇକ ଆରୋହୀ ମୃତ୍ୟୁ ହୋଇଛି। ମୃତକ ୨ ଜଣ ସିନାପାଲି ଥାନା ହଳଦୀମୁଣ୍ତା ଗାଁର ତେଜରାଜ ଗହୀର ଓ ହବେଲାଲ ଗହୀର ବୋଲି ଜଣାପଡିଛି । ଦୁହେଁ ଏକ ସାମାଜିକ ଉତ୍ସବରେ ଯୋଗଦେଇ ଗାଁକୁ ବାଇକରେ ଫେରୁ ଥିବାବେଳେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣା ଘଟାଇଥିବା ହାଇୱା ଏକ ଠିକା କମ୍ପାନୀର। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲା। ହେଲେ ଲୋକେ କ୍ଷତିପୂରଣ ଦାବି କରି ଧାରଣାକୁ ଓହ୍ଲାଇଥିଲେ।




admin 