ହକରଙ୍କୁ ଆଜି ମିଳିବ ସରକାରୀ ସହାୟତା

ହକରଙ୍କୁ ଆଜି ମିଳିବ ସରକାରୀ ସହାୟତା

ହକରଙ୍କୁ ଆଜି ମିଳିବ ସରକାରୀ ସହାୟତା

ଭୁବନେଶ୍ୱର: ଗତ ନଭେମ୍ବର ୩୦ ତାରିଖରେ ରାଜ୍ୟର ସମ୍ବାଦପତ୍ର ହକରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଥିଲେ । ଏହି ଘୋଷଣା ମୁତାବକ ଆଜି ହକରମାନଙ୍କୁ କୋଭିଡ ସହାୟତା ପ୍ରଦାନ କରାଯିବ । ଏଥିପାଇଁ ଲୋକସେବା ଭବନ କନଭେନସନ ସେଣ୍ଟରରେ ଏକ ସ୍ୱତନ୍ତ୍ର କାର୍ୟ୍ୟକମର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଅଲ ପ୍ଲାଟଫର୍ମରେ ଏହି କାର୍ୟ୍ୟକ୍ରମକୁ ଉଦଘାଟନ କରିବେ । ଲୋକସେବା ଭବନରେ ପ୍ରାୟ ୧୫୦ ହକର ଉପସ୍ଥିତ ରହିବା ସହିତ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ହକରମାନେ ଉପସ୍ଥିତ ରହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡି ହେବେ । ଆଜି ହକରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କୋଭିଡ ସହାୟତା ବାବଦକୁ ୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ସେମାନଙ୍କୁ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯିବ । ଏହାସହ ପୂର୍ବ ଘୋଷଣା ମୁତାବକ ହକରମାନଙ୍କୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯିବ । ବର୍ତ୍ତମାନ ସୁଦ୍ଧା ପ୍ରାୟ ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରରେ ପ୍ରାୟ ୭ ହଜାର ହକରଙ୍କୁ ଚିହ୍ନଟ କରାଯାଇଛି ।