ସ୍କୁଲ ପାଠ୍ୟକ୍ରମରେ ‘ବନେ୍ଦ ଉକ୍ରଳ ଜନନୀ’

ସ୍କୁଲ ପାଠ୍ୟକ୍ରମରେ ‘ବନେ୍ଦ ଉକ୍ରଳ ଜନନୀ’

ସ୍କୁଲ ପାଠ୍ୟକ୍ରମରେ ‘ବନେ୍ଦ ଉକ୍ରଳ ଜନନୀ’

ଭୁବନେଶ୍ୱର: ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇଲା ‘ବନେ୍ଦ ଉକ୍ରଳ ଜନନୀ’ । ପ୍ରଥମ ଭାଷା ଓଡ଼ିଆ ପାଠ୍ୟକ୍ରମରେ ‘ବନେ୍ଦ ଉକ୍ରଳ ଜନନୀ’ ସ୍ଥାନିତ ହୋଇଛି । ପ୍ରଥମ ଭାଷା ଓଡିଆର ଉଭୟ ନବମ ଓ ଦଶମରେ ପଢାଯିବ । ବନେ୍ଦ ଉକ୍ରଳ ସାମିଲ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତବର୍ଷ କୋଭିଡ ଯୋଗୁଁ ପାଠ୍ୟକ୍ରମରେ ୩୦% କାଟ କରାଯାଇଥିଲା । ଚଳିତବର୍ଷ ମଧ୍ୟ ଏହି ଫର୍ମୁଲା ଜାରି ରହିବ ।

ତେବେ ଗତବର୍ଷ ଜୁନ ୭ରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତାକୁ କ୍ୟାବିନେଟ୍ ଅନୁମୋଦନ ଦେଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଥିଲେ ।