ସ୍କୁଲ ଖୋଲିବା ନେଇ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କ ନିଷ୍ପତ୍ତି ।

ସ୍କୁଲ ଖୋଲିବା ନେଇ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କ ନିଷ୍ପତ୍ତି ।

ସ୍କୁଲ ଖୋଲିବା ନେଇ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କ ନିଷ୍ପତ୍ତି ।
କରୋନା ଭାଇରସ ପାଇଁ ସାରା ଦେଶରେ ସମସ୍ତ ସରକାରୀ ବେସରକାରୀ ସଂସ୍ଥା ବନ୍ଦ ଥିବାବେଳେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରଖାଯାଇଛି। ତେବେ କେନ୍ଦ୍ର ସରକାର ଜାରି କରିଥିବା ଲକଡାଉନ ଅବଧି ଆସନ୍ତା ୧୪ ତାରିଖ ରାତି ୧୨ଟାରେ ସରିବ। ତେଣୁ ୧୫ ତାରିଖରେ ସ୍କୁଲ ଗୁଡ଼ିକ ଖୋଲିବା ନେଇ କୁହାଯାଉଛି । ଏନେଇ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ କହିଛନ୍ତି, ସ୍କୁଲ କେବେ ଖୋଲିବ, ତା’ର ନିଷ୍ପତ୍ତି ଏଯାଏ ହୋଇନାହିଁ। ଆସନ୍ତା ୧୪ ତାରିଖରେ କରୋନା ସ୍ଥିତିକୁ ନେଇ ମାନବ ସମ୍ବଳ ମନ୍ତ୍ରଣାଳୟର ବୈଠକ ବସିବ। ଦେଶର କରୋନା ସ୍ଥିତିର ସମୀକ୍ଷା କରାଯିବ। ଏହାପରେ ହିଁ ସ୍କୁଲ କେବେ ଖୋଲିବ, ତା’ର ନିଷ୍ପତ୍ତି ନିଆଯିବ।