ସୋସିଆଲ ମିଡିଆରେ ନିର୍ବାଚନ ଲଢେଇ

ସୋସିଆଲ ମିଡିଆରେ ନିର୍ବାଚନ ଲଢେଇ

ସୋସିଆଲ ମିଡିଆରେ  ନିର୍ବାଚନ ଲଢେଇ
ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୀତିକ ଦଳଙ୍କ ପ୍ରାର୍ଥୀ ଘୋଷଣା ଚାଲିଛି ଓ ସେହି ପରିମାଣରେ ଚାଲିଛି ସେମାନଙ୍କର ଜାର୍ଦାର ପ୍ରସ୍ତୁତି । ଏହି କ୍ରମରେ ସାମାଜିକ ଗଣମାଧ୍ୟମରେ ଲଢେଇ ଲଢିବାକୁ ପ୍ରତ୍ୟେକ ଦଳ ପକ୍ଷରୁ ଯୋଦ୍ଧାଙ୍କୁ ପ୍ରସ୍ତୁତ କରାଗଲାଣି । ନିଜ ଦଳର ପ୍ରଚାରପ୍ରସାର ପାଇଁ ଏମାନେ ପ୍ରଯୁକ୍ତି ବିଦ୍ୟା ବିଶାରଦଙ୍କ ସମେତ ସାମାଜିକ ଗଣମାଧ୍ୟମକୁ ପ୍ରଭାବିତ କଲାଭଳି ଲୋକ, ନୂଆ ସ୍ଳୋଗାନ ସୃଷ୍ଟିକର୍ତା ,ତଥ୍ୟ ବିଶେଷଣକାରୀ , ଭିଡିଓ ଓ ଫଟୋଗ୍ରାଫି ଦଳ ଆଦିକୁ ନିଯୁକ୍ତି ଦେଉଛନ୍ତି । ବିଶେଷତଃ ହ୍ୱାଟ୍ସଆପ୍, ଫେସବୁକ୍ ଓ ଟୁଇଟର ଆଦି ସାମାଜିକ ଗଣମାଧ୍ୟମରେ ପ୍ରଚାର ପାଇଁ ବିଜ୍ଞାପନ ପ୍ରସ୍ତୁତ କରିବାକୁ ଆଇଟି ବିଶାରଦମାନଙ୍କୁ ନିଯୁକ୍ତି ଦିଆଯାଉଛି । ଅନଲାଇନରେ ନିଜ ଦଳ ବିରୋଧରେ ପ୍ରସାରିତ ନକଲି ଖବରଗୁଡିକର ସତ୍ୟ ଉନ୍ମୋଚନ ପାଇଁ ମଧ୍ୟ କେତେକ ଦଳ ପକ୍ଷରୁ କୁହାଯାଇଛି । ନିଜ ନାମ ଗୋପନ ରଖି ଜଣେ ବରିଷ୍ଠ ରାଜନେତା କହିଛନ୍ତି ଯେ ଏହି ନିର୍ବାଚନରେ ସମ୍ଭବତଃ ସବୁ ରାଜନୀତିକ ଦଳ ସାମାଜିକ ଗଣମାଧ୍ୟମକୁ ପ୍ରାଧ୍ୟନ୍ୟ ଦେବେ । ମୋବାଇଲ ଫୋନ୍ ବ୍ୟବହାର ବଢିବା , ଡାଟା ଶସ୍ତା ହେବା , ଗ୍ରାମାଅଂଚଳର ଲୋକେ ମଧ୍ୟ ହ୍ୱାଟ୍ସଆପ୍ , ଟୁଇଟର ଇନ୍ଷ୍ଟାଗ୍ରାମ୍ ଭଳି ବ୍ୟବହାର କରିବା ଗୁରୁତ୍ୱପୂର୍ଣ୍ଣ । ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ସମସ୍ତେ ଚେଷ୍ଟା କରିବେ ବୋଲି ସେ କହିଛନ୍ତି । ଏ କ୍ଷେତ୍ରରେ ବିଜେପି ସର୍ବାଗ୍ରେ ରହିଥିବାବେଳେ ଜାତୀୟ ଦଳ ମଧ୍ୟରେ କଂଗ୍ରେସ ସାମାଜିକ ଗଣମାଧ୍ୟମରେ ସକ୍ରିୟତା ଦେଖାଉଛି । ୨୦୧୪ ନିର୍ବାଚନରେ ଏହି ଦଳ ସାମାଜିକ ଗଣମାଧ୍ୟମକୁ ଉପେକ୍ଷା କରିଥିବାରୁ କେତେକାଂଶରେ ତାର କୁପ୍ରଭାବ ପଡିଥିବା ନିର୍ବାଚନ ସମୀକ୍ଷକମାନେ ମତ ଦେଇଥିଲେ । ଏଥର କଂଗ୍ରେସ ସେହି ତ୍ରୁଟି କରିବାକୁ ଚାହିଁବ ନାହିଁ । ରାଜନୀତିକ ଦଳଗୁଡିକ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ନିର୍ଦ୍ଦିଷ୍ଟ ବୟସ ଓ କର୍ମଚାରୀ ବର୍ଗ ପାଇଁ ନିର୍ଦ୍ଦିଷ୍ଟ ଭିଡିଓ ଓ ଅନ୍ୟାନ୍ୟ ବିଜ୍ଞାପନ ପ୍ରସ୍ତୁତ କରୁଛନ୍ତି । ଛାତ୍ରଛାତ୍ରୀ, ବ୍ୟବସାୟୀ , ମହିଳା, ପ୍ରଯୁକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ, ଗ୍ରାମଅଂଚଳର ଲୋକଙ୍କ ପାଇଁ ନିଦ୍ଦିଷ୍ଟ କାର୍ଯ୍ୟକ୍ରମ ତିଆରି କରାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁମାନେ ଏହି ନିର୍ବାଚନରେ ପ୍ରାର୍ଥୀ ହେବେ ସାମାଜିକ ଗଣମାଧ୍ୟମରେ ସେମାନଙ୍କ ବିଶ୍ୱସନୀୟନତା ବଢାଇବା ପାଇଁ ଦଳ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ।ଏହି କ୍ରମରେ ଟ୍ୱିଟର୍ରେ ସେମାନଙ୍କ ନାମ ଭେରିଫିକେସନ ପାଇଁ ଚେଷ୍ଟା କରାଯାଉଛି । ବର୍ତମାନ ଅନେକ ପ୍ରାର୍ଥୀଙ୍କୁ ଏହି ଟ୍ୱିଟର ଭେରିଫିକେସନ ମିଳିଗଲାଣି ବୋଲି ଜଣେ ପ୍ରମୁଖ ରାଜନେତା କହିଛନ୍ତି । ଦଳୀୟ ଇସ୍ତାହାରର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଇଟି ବିଶେଷଜ୍ଞମାନେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି, ଯେପରିକି ତାହା ମତାଦାନଙ୍କୁ ଆକର୍ଷିତ କରିବ । ନେତାମାନଙ୍କ ପକ୍ଷରୁ ବିଭିନ୍ନ ଫ୍ୟାନ୍ ପେଜ୍ ବା ସମର୍ଥକଙ୍କ ପୃଷ୍ଠା ତିଆରି କରାଯାଉଛି, ଯେଉଁଥିରେ ଦଳ ଓ ପ୍ରାର୍ଥୀ ସମ୍ପର୍କିତ ସମସ୍ତ ସୂଚନା ରହିବା ସହ ଦଳୀୟ ଇସ୍ତାହାରକୁ କିପରି କାର୍ଯ୍ୟକାରୀ କରାଯିବ, ସେ ନେଇ ମତାମତ ଲୋଡାଯାଉଥିବା ଦେଖିବାକୁ ମିଳୁଛି । ଏଥିସହ ଅଧିକରୁ ଅଧିକ ମତଦାତା କିପରି ଏହି ପୃଷ୍ଠା ସହ ଯୋଡିହେବେ ସେଥି ପାଇଁ ଅନବରତ ଦଳଗୁଡିକର ଆଇଟି ସେଲ୍ ପକ୍ଷରୁ ଚେଷ୍ଟା କରାଯାଉଛି । ସାମାଜିକ ଗଣମାଧ୍ୟମର ଏହି ପ୍ରଚାରପ୍ରସାର ପାଇଁ ଦଳଗୁଡିକ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଆଗାମୀ ଦିନରେ ସାମାଜିକ ଗଣମାଧ୍ୟମରେ ଅଧିକରୁ ଅଧିକ ଦଳୀୟ ବିଜ୍ଞାପନ ଓ ସେହିପରି ସାମଗ୍ରୀମାନ ଦେଖିବାକୁ ମିଳିବ । ତେବେ ନକଲି ଓ ବିଭ୍ରାନ୍ତକାରୀ ବିଜ୍ଞାପନ ନେଇ ମତଦାତା ସଚେତନ ହେବା ଦରକାର ବୋଲି ମତପ୍ରକାଶ ପାଇଛି । ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡିକ ଇତିମଧ୍ୟରେ କମ୍ପାନୀଗୁଡିକ ଇତିମଧ୍ୟରେ କହିସାରିଛନ୍ତି ଯେ ସେମାନେ ରାଜନୀତିକ ବିଜ୍ଞାପନଗୁଡିକର ଖର୍ଚ୍ଚ ଓ ସେ ସମ୍ପର୍କିତ ବିବରଣୀ ସର୍ବସାଧାରଣରେ ପ୍ରକାଶ କରିବେ । ନିର୍ବାଚନ ଆୟୋଗ ମଧ୍ୟ ଏହାରି ଉପରେ ଦୃଷ୍ଟି ରଖିବା ଉଚିତ ବୋଲି ରାଜନୀତିକ ବିଶେଷଜ୍ଞଙ୍କ ମତ ।