ସୋନିଆ ଗାନ୍ଧିଙ୍କ ବଡ ଘୋଷଣା, ଘରକୁ ଫେରୁଥିବା ଶ୍ରମିକମାନଙ୍କ ରେଳ ଟିକେଟର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବ କଂଗ୍ରେସ
ସୋନିଆ ଗାନ୍ଧିଙ୍କ ବଡ ଘୋଷଣା, ଘରକୁ ଫେରୁଥିବା ଶ୍ରମିକମାନଙ୍କ ରେଳ ଟିକେଟର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବ କଂଗ୍ରେସ
admin
May 4, 2020 - 05:19
Updated: May 4, 2020 - 05:19
କରୋନା ଭାଇରସ୍ ମହାମାରୀ ବିରୋଧରେ ଲଢେଇ ପାଇଁ ଦେଶରେ ଲକ୍ ଡାଉନ୍ ଜାରି ରହିଛି । ଏହି ଲକ୍ ଡାଉନ୍ ପାଇଁ ବହୁ ସମୟ ଧରି ବିଭିନ୍ନ ରାଜ୍ୟରେ ଶ୍ରମିକମାନେ ଫସି ରହିଛନ୍ତି । ପ୍ରାୟ ଏକ ମାସ ପରେ ଏହି ଶ୍ରମିକମାନଙ୍କୁ ନିଜ ଘରକୁ ଯିବାକୁ ଅନୁମତି ମିଳିଛି । ଏମାନଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ୍ ଚାଲୁ କରାଯାଇଛି । କିନ୍ତୁ ଏହି ଟ୍ରେନ୍ର ଖର୍ଚ୍ଚ ଏହି ଶ୍ରମିକମାନଙ୍କଠାରୁ ଆଦାୟ କରାଯାଉଛି । ତେବେ ଶ୍ରମିକଙ୍କଠାରୁ ଟ୍ରେନ୍ ଖର୍ଚ୍ଚ ନିଆଯାଉଥିବାକୁ ବିରୋଧ କରିଛି କଂଗ୍ରେସ । ଏନେଇ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧି ବଡ ଘୋଷଣା କରିଛନ୍ତି । କଂଗ୍ରେସ ଦଳ ସମସ୍ତ ଗରିବ ଶ୍ରମିକଙ୍କ ରେଳ ଟିକେଟର ଖର୍ଚ୍ଚ ଉଠାଇବ ।
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ନିଷ୍ପତ୍ତି ନେଇଛନ୍ତି ଯେ, ପ୍ରଦେଶ କଂଗ୍ରେସ କମିଟି ଯେଉଁ ଗରିବ ଶ୍ରମିକମାନେ ଟ୍ରେନ୍ ଯୋଗେ ଘରକୁ ଫେରୁଛନ୍ତି ସେମାନଙ୍କ ରେଳ ଯାତ୍ରାର ଖର୍ଚ୍ଚ ଉଠାଇବ ।
ସୋମବାର ଦିନ ଏହି ସମ୍ପର୍କରେ ଏକ ବୟାନ ଜାରି କରି ଘୋଷଣା କରାଯାଇଛି । କେବଳ ଚାରି ଘଣ୍ଟାର ନୋଟିସ୍ ରେ ଲକ୍ ଡାଉନ୍ ଲାଗୁ ହେବା କାରଣରୁ ଦେଶର ଶ୍ରମିକମାନେ ଘରକୁ ଯିବାରୁ ବଞ୍ଚିତ ହୋଇଛନ୍ତି । 1947 ପରେ ଦେଶରେ ପ୍ରଥମଥର ପାଇଁ ଏପରି ଭାବରେ ଶ୍ରମିକମାନେ ହଜାର ହଜାର କିମି ଚାଲି ଚାଲି ଘରକୁ ଯିବାକୁ ବାଧ୍ୟ ହେଲେ । ସୋନିଆ ଗାନ୍ଧି ନିଜ ବୟାନରେ କହିଛନ୍ତି ଯେ, ବିଦେଶରେ ଫସିଥିବା ଭାରତୀୟଙ୍କୁ ବିନା ଖର୍ଚ୍ଚରେ ଦେଶକୁ ଅଣାଯାଉଛି । ଗୁଜୁରାଟର ଏକ କାର୍ଯ୍ୟକ୍ରମରେ ସରକାରୀ ଅର୍ଥରୁ 100 କୋଟି ଖର୍ଚ୍ଚ କରାଯାଉଛି । କିନ୍ତୁ ଶ୍ରମିକଙ୍କ ପାଇଁ ଟ୍ରେନ୍ ଖର୍ଚ୍ଚ ଆଦାୟ କରାଯାଉଛି ।