ସେରମ ଇନଷ୍ଟିଚୁ୍ୟଟରେ ଅଗ୍ନିକାଣ୍ଡ ଘଟଣ : ଟିକା ଥିବା ସ୍ଥାନରେ ଲାଗିନି ନିଆଁ

ସେରମ ଇନଷ୍ଟିଚୁ୍ୟଟରେ ଅଗ୍ନିକାଣ୍ଡ ଘଟଣ : ଟିକା ଥିବା ସ୍ଥାନରେ ଲାଗିନି ନିଆଁ

ସେରମ ଇନଷ୍ଟିଚୁ୍ୟଟରେ ଅଗ୍ନିକାଣ୍ଡ ଘଟଣ : ଟିକା ଥିବା ସ୍ଥାନରେ ଲାଗିନି ନିଆଁ
ନୂଆଦିଲ୍ଲୀ: ସିରମ ଇନଷ୍ଟିଚୁ୍ୟଟର ଏକ କାରଖାନାରେ ନିଅାଁ ଲାଗିଯିବାରୁ ଅନେକ ଆଶଙ୍କା ପ୍ରକାଶ ପାଇଥିଲା । କରୋନା ଟୀକା କାରଖାନାରେ ନିଅାଁ ଲାଗିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ସେରମ ଇନଷ୍ଟିଚୁ୍ୟଟରେ କରୋନା ଟିକା ତିଆରୀ ହେଉଛି । ଟିକା ପ୍ରସ୍ତୁତ ହେଉଥିବା କୋଠାରେ ନିଆଁ ଲାଗି ନାହିଁ । ଇନଷ୍ଟିଚୁ୍ୟଟର ନୂଆ ପ୍ଲାଂଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । କରୋନା ଟିକା ଥିବା ପ୍ଲାଂଟରେ ନିଆଁ ଲାଗି ନାହିଁ । ଟିକା ରହିଥିବା ପ୍ଲାଂଟଠାରୁ ଦେଢ କିମି ଦୂରରେ ଅଛି ନିଆଁ ଲାଗିଥିବା ପ୍ଲାଂଟ । ତେବେ ସିରମ ପକ୍ଷରୁ କୁହାଯାଇଛିଯେ, କୋଭିଡ଼ ଟୀକା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ଟିକାର କୌଣସି କ୍ଷତି ଘଟିନାହିଁ । ଯାହା ସମସ୍ତଙ୍କୁ ଆଶ୍ୱସ୍ତ କରିଛି । ଅଗ୍ନିକାଣ୍ଡ ସ୍ଥଳୀଟି ନିର୍ମାଣାଧିନ କୋଠା । ତେଣୁ କୌଣସି ପ୍ରକାର ଟିକା ସେଠାରେ ପ୍ରସ୍ତୁତ କରାଯାଉନଥିଲା । ପୁଣେସ୍ଥିତ ସିରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡର କାରଣ ଏଯାବତ ସ୍ପଷ୍ଟ ହୋଇନାହିଁ । ଅପରପକ୍ଷରେ ଅଗ୍ନିଶମ ବାହିନୀ ନିଅାଁକୁ ଆୟତ କରିବା ପାଇଁ ଲାଗି ପଡ଼ିଛି । ସୂଚନାଯୋଗ୍ୟଯେ, ସିରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆରେ କରୋନା ଟିକା କୋଭିସିଲଡ଼ ପ୍ରସ୍ତୁତ କରାଯାଉଛି । ସୂଚନାଯୋଗ୍ୟଯେ, ଅକ୍ସଫୋଡର଼୍ ଓ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରୋନ ଟିକା କୋଭିସିଲଡ଼ର ପ୍ରସ୍ତୁତି କରୁଛି ସେରମ । ଏବେ ଦେଶରେ ଟିକାକରଣ ଜାରିରହିଛି । ଅପରପକ୍ଷରେ ଏଠାରୁ ବିଭିନ୍ନ ଦେଶକୁ ବି ଟିକା ରପ୍ତାନୀ କରାଯାଉଛି । ଇତିମଧ୍ୟରେ ୧୫ ଲକ୍ଷରୁ ଉଦ୍ଧ୍ୱର୍ ଡୋଜର ଟିକା ପ୍ରସ୍ତୁତ କରାଯାଇସାରିଛି । କାରଖାନାର ଟର୍ମିନାଲ-୧ରେ ନିଅାଁ ଲାଗିଯାଇଛି । ସମଗ୍ର ପରିବେଶ ଏବେ ଧୂଅାଁମୟ ହୋଇଯାଇଛି । ୧୦ଟି ଅଗ୍ନିଶମ ବାହିନୀ ନିଅାଁକୁ ଆୟତ କରିବାରେ ଲାଗି ପଡ଼ିଛି । ତେବେ ସିରମର ନୂଆ ବିଲଡ଼ିଂରେ ହିଁ ନିଅାଁ ଲାଗିଛି । ପୁଲିସ ମଧ୍ୟ ସେଠାରେ ପହଁଚିସାରିଛି ।