ସିଦ୍ଧାର୍ଥ ଶୁକ୍ଳା ବିଗବସ ବିଜେତା

ସିଦ୍ଧାର୍ଥ ଶୁକ୍ଳା ବିଗବସ ବିଜେତା

ସିଦ୍ଧାର୍ଥ ଶୁକ୍ଳା ବିଗବସ ବିଜେତା
ମୁମ୍ବାଇ : ବହୁ ଚର୍ଚ୍ଚିତ ଟେଲିଭିଜନ ସୋ' ବିଗ୍ ବସ୍ ସିଜିନ-୧୩ର ଶନିବାର ଥିଲା ଗ୍ରାଣ୍ଡ ଫିନାଲେ । ଏଥିରେ ବିଜେତା ହୋଇଛନ୍ତି ସିଦ୍ଧାର୍ଥ ଶୁକ୍ଳା । ତୀବ୍ର ପ୍ରତିଦ୍ୱନ୍ଦ୍ୱିତାରେ ସମସ୍ତଙ୍କୁ ପଛରେ ପକାଇ ଟିଭି ଅଭିନେତା ସିଦ୍ଧାର୍ଥ ବିଗ ବସ ଟ୍ରଫି ହାସଲ କରିଛନ୍ତି । ଫିନାଲେ ପୂର୍ବରୁ ଅନଲାଇନ ପୋଲରେ ମଧ୍ୟ ସିଦ୍ଧାର୍ଥ ସମସ୍ତଙ୍କଠାରୁ ଆଗରେ ରହିଥିଲେ । ସିଜନ ୧୩ରେ ସିଦ୍ଧାର୍ଥ ସବୁଠାରୁ ବିବାଦୀୟ ପ୍ରତିଯୋଗୀ ଥିଲେ । ଫିନାଲେ ପୂର୍ବରୁ ତାଙ୍କ ପରିବାର ସଦସ୍ୟ କହିଥିଲେ ଯେ ବିଗ ବସର ଗୋଟିଏ ପରେ ଗୋଟିଏ ଅଧ୍ୟାୟରେ ସିଦ୍ଧାର୍ଥ ସମସ୍ତଙ୍କ ମନ ଜିଣିଥିଲେ ଏବଂ ସେ ବିଜେତା ହେବା ଏକପ୍ରକାର ନିଶ୍ଚିତ ଥିଲା । ଏହି ସୋ'ରେ ୬ ଜଣ ପ୍ରତିଯୋଗୀ ବିଜେତା ଟ୍ରଫି ପାଇଁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସିଦ୍ଧାର୍ଥ ଶୁକ୍ଳାଙ୍କ ସମେତ, ରଶ୍ମୀ ଦେଶାଇ, ଆସିମ ରିୟାଜ, ଶେହନାଜ ଗିଲ, ପାରସ୍ ଛାବ୍ରା ଏବଂ ଆରତୀ ସିଂହ ସାମିଲ ଥିଲେ । ବିଜେତା ସିଦ୍ଧାର୍ଥଙ୍କୁ ୱିନର୍ସ ଟ୍ରଫି ସହିତ ୪୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ସୋ'ର ହୋଷ୍ଟ ସଲମାନ ଖାନ ଶେହନାଜ ଗିଲଙ୍କୁ ବିଗ ବସ ଇତିହାସରେ ସବୁଠାରୁ ନିଆରା ପ୍ରତିଯୋଗୀ ବୋଲି କହିଥିଲେ ।